କଟକ : କଳା ତାଲିକାଭୁକ୍ତ ୫୦୦ରୁ ଅଧିକ ଛୋଟ-ବଡ଼ ଚିଟ୍‌ଫଣ୍ଡ ସଂସ୍ଥା ରାଜ୍ୟର ପାଖାପାଖି ୧୭ ଲକ୍ଷ ଜମାକାରୀଙ୍କ ୩୦ ହଜାର କୋଟି ଟଙ୍କା ଲୁଟିଛନ୍ତି। କ୍ଷତିଗ୍ରସ୍ତ ଜମାକାରୀଙ୍କୁ ନ୍ୟାୟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ଥିଲା ଯେ ଚିଟ୍‌ଫଣ୍ଡ ସଂସ୍ଥାମାନେ ଜମାକାରୀଙ୍କ ଅର୍ଥରେ ଯେଉଁ ସଂପତ୍ତି ଠୁଳ କରିଛନ୍ତି, ତାହାକୁ ବାଜ୍ୟାପ୍ତ କରି ସେଥିରୁ ଲବ୍‌ଧ ଅର୍ଥ ଚିଟ୍‌ଫଣ୍ଡ ଜମାକାରୀଙ୍କୁ ପ୍ରଦାନ କରାଯିବ। ପ୍ରଥମ ଦଫ‌ାରେ ରାଜ୍ୟର ୫୭ଟି ଚିଟ୍‌ଫଣ୍ଡ କଂପାନିର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ଚିହ୍ନଟ କରି ସେଗୁଡ଼ିକୁ ଆଟାଚ୍‌ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ୫୭ଟି ଚିଟ୍‌ଫଣ୍ଡ ସଂସ୍ଥାର ହଜାରେ ଏକରରୁ ଅଧିକ ଭୂସମ୍ପତ୍ତି ଓ ପାଖାପାଖି ୫୦୦ ‌କୋଟି ଟଙ୍କା ମୂଲ୍ୟର ଅସ୍ଥାବର ସମ୍ପତ୍ତି ଜବତ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ୨୦୧୪ରୁ ଏ ନେଇ ପ୍ରସ୍ତାବ ଦିଆଯାଇଥିଲେ ବି ଏହି ସମ୍ପତ୍ତି ଆଟାଚ୍ ପ୍ରକ୍ରିୟା ଏ ପର୍ଯ୍ୟନ୍ତ ଆରମ୍ଭ ହୋଇପାରିନାହିଁ। ମାତ୍ର ୪ଟି କଂପାନିର ସମ୍ପତ୍ତି ପ୍ରାଥମିକ ପର୍ଯ୍ୟାୟରେ ଆଟାଚ୍ ପ୍ରକ୍ରିୟା କରାଯାଇଥିବା ବେଳେ ଅବଶିଷ୍ଟ କଂପାନିର ସମ୍ପତ୍ତି ଆଟାଚ୍ ପ୍ରକ୍ରିୟା ଆରମ୍ଭ ମଧ୍ୟ ହୋଇନାହିଁ। ସେ ସଂପତ୍ତିର ବର୍ତ୍ତମାନ ସ୍ଥିତିକୁ ନେଇ ବି ସାର୍ବଜନୀନ କରାଯାଉନାହିଁ।

Advertisment

ଅନ୍ୟପକ୍ଷରେ, ଲୁଚାଛପାରେ, ବିନା ବିଜ୍ଞାପନରେ ମୂଲ୍ୟବାନ ସମ୍ପତ୍ତିକୁ ଶାଗ ମାଛ ଦରରେ ବିକ୍ରି କରାଯାଉଥିବା ନେଇ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ ମିଳିତ ମଂଚର ରାଜ୍ୟ ସଂପାଦକ ମଧୁସୂଦନ ବିଶ୍ବାଳ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଆଟାଚ୍ ସମ୍ପତ୍ତିର ସୁରକ୍ଷା ପ୍ରତି ପ୍ରଶାସନ ଗୁରୁତ୍ବ ଦେଉ ନଥିବା ସେ ଅଭିଯୋଗ କରିଛନ୍ତି।

publive-image Representative image

କେଉଁ ଚିଟ୍‌ଫଣ୍ଡ ସଂସ୍ଥାର ସମ୍ପତ୍ତି ବାଜ୍ୟାପ୍ତ ହୋଇଥା’ନ୍ତା!

ସାଫେକ୍ସ ଇନ୍‌ଫ୍ରା ଇଣ୍ଡିଆ ଲିମିଟେଡ୍‌, ଆସ୍ଥା ଗ୍ରୁପ ଅଫ୍ କଂପାନି, ଗୋଲଡେନ୍‌ ଲ୍ୟାଣ୍ଡ୍ ଡେଭଲପର୍ସ ଗ୍ରୁପ ଅଫ୍ କଂପାନି, ସାଇ ପ୍ରଗତି ଆସେଟସ୍ ଆଣ୍ଡ ପ୍ରପର୍ଟିଜ୍‌ ପ୍ରାଇଭେଟ ଲିମିଟେଡ୍‌, ଉମାମଣି ହୋମ୍‌ କ୍ରିଏସନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌, ସିରିଡି ସାଇ ଇଷ୍ଟେଟ୍‌ ପ୍ରାଇଭେଟ୍‌ ଲିମିଟେଡ୍‌, ସେଡିଲ୍‌ ଡେଭଲପମେଣ୍ଟ୍ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌, ଲାଣ୍ଡ ଇଣ୍ଡିଆ ରିୟଲ୍‌ ଇଷ୍ଟେଟ୍‌ ପ୍ରାଇଭେଟ୍‌ ଲିମିଟେଡ୍‌, ସି-ସୋର ଗ୍ରୁପ ଅଫ୍ କଂପାନି, ଶାସ୍ତ୍ର ଏଣ୍ଟରପ୍ରାଇଜ୍ ପ୍ରାଇଭେଟ୍‌ ଲିମିଟେଡ୍‌, ରୋଜଭ୍ୟାଲି ଗ୍ରୁପ ଅଫ୍ କଂପାନି, ଆକାଶ ଇଣ୍ଡିଆ ମଲଟି କଂପ୍ଲେକ୍ସ ଲିମିଟେଡ୍‌, ଶ୍ରୀ ବଳଦେବଜିଉ ଇନ୍‌ଫ୍ରାଷ୍ଟ୍ରକଚର ପ୍ରାଇଭେଟ୍‌ ଲିମିଟେଡ୍‌, ଆଦର୍ଶ କଂଜୁମର କୋଅପରେଟିଭ୍‌ ସୋସାଇଟି, ଶ୍ରେୟା ଇନଫ୍ରା‌‌ଷ୍ଟ୍ରକଚର୍‌ ସର୍ଭିସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌, ରିୟଲ୍‌ ଭାଲ୍ୟୁ ଡେଭଲପର୍ସ ଆଣ୍ଡ୍ ବିଲଡର୍ସ ପ୍ରାଇଭେଟ୍‌ ଲିମିଟେଡ୍‌, ଶ୍ରୀରାମକୃଷ୍ଣ ଇଲୋକ୍ଟ୍ରୋ କଣ୍ଟ୍ରୋଲସ୍ ଲିମିଟେଡ୍‌, ସିଦ୍ଧ ମହାପୁରୁଷ ମନି ସୋସାଇଟି, ରଘୁପତି ଇଷ୍ଟେଟ୍‌ ଆଣ୍ଡ ହୋଲଡିଂ ପ୍ରାଇଭେଟ୍‌ ଲିମିଟେଡ୍‌, ଓଡିଶା ହୋମସ୍ ପ୍ରାଇଭେଟ୍‌ ଲିମିଟେଡ୍‌, ୱେଲ୍‌ମେଡ୍‌ ବିଲ୍‌ଡର୍ସ ପ୍ରାଇଭେଟ୍‌ ଲିମିଟେଡ୍‌, ଷ୍ଟାର୍‌ କନସଲଟାନ୍‌ସି ସର୍ଭିସ ପ୍ରାଇଭେଟ୍‌ ଲିମିଟେଡ୍‌, ଗୋଲଡେନ୍‌ ଭ୍ୟୁ ଇନଫ୍ରାଷ୍ଟ୍ରକଚର୍‌ ପ୍ରାଇଭେଟ୍‌ ଲିମିଟେଡ୍‌, ସାଇ ଗାୟତ୍ରୀ ମାକ୍ରୋ ସ୍କାଏକ୍ରାପର୍‌ ଇଣ୍ଡିଆ, ଇନ୍‌ଫ୍ରା କନ୍‌ଷ୍ଟ୍ରକସନ ପ୍ରାଇଭେଟ୍‌ ଲିମିଟେଡ୍‌, ଅର୍ଥତତ୍ତ୍ବ ଗ୍ରୁପ୍ ଅଫ୍ କଂପାନି, ଏସ୍‌ଏଲ୍‌ବି ମଲ୍‌ଟି ଷ୍ଟେଟ୍‌ କୋଅପରେଟିଭ ସୋସାଇଟି ପ୍ରାଇଭେଟ୍‌ ଲିମିଟେଡ୍‌, ଗଜାନନ ପ୍ରପର୍ଟି ଡିଲର, ଆସେଟ୍‌ କ୍ରିଏସନ ପ୍ରାଇଭେଟ୍‌ ଲିମିଟେଡ୍‌, ବିଶ୍ବ କ୍ରେଡିବିଲ୍‌ ମାଇକ୍ରୋ ଫାଇନାନସ୍‌, ପ୍ରତିମା ବିଲ୍‌ଡର୍ସ ପ୍ରାଇଭେଟ୍‌ ଲିମିଟେଡ, ହାଇଟେକ୍ ଗ୍ରୁପ୍‌ ଅଫ୍ କଂପାନି ଆଣ୍ଡ୍ ଟ୍ରଷ୍ଟ୍‌, ଓସ୍କାର ଗ୍ରୁପ୍‌ ଅଫ୍ କଂପାନି, ଶ୍ରୀଭୂମି ଗ୍ରୁପ୍ ଅଫ୍ କଂପାନି, ଫ୍ଲୋରିସ୍‌ ଡେଭଲପମେଣ୍ଟ୍ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌, ସୈନିକ ୱେଲଫେୟାର୍‌ ଅର୍ଗାନାଇଜେସନ୍‌ ଇଣ୍ଡିଆ, ସେଭେନ ହିଲସ୍ ଇଷ୍ଟେଟ୍ ଲିମିଟେଡ୍‌, ରାଷ୍ଟ୍ରୀୟ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌, ସୂର୍ଯ୍ୟ ନିର୍ମାଣ ରିସୋର୍ସ ପ୍ରାଇଭେଟ୍‌ ଲିମିଟେଡ୍‌, ଥିଓସୋଫିକାଲ ଟ୍ରଷ୍ଟ୍ ଅଫ୍ ଇଣ୍ଡିଆ, କ୍ରିଏଟିଭ୍ ଆସେଟସ୍ ଡେଭଲପରର୍ସ ପ୍ରାଇଭେଟ୍‌ ଲିମିଟେଡ୍‌, ଅରୁନ୍ଧତୀ ଇନ୍‌ଫ୍ରାଟେକ୍ ପ୍ରାଇଭେଟ୍‌ ଲିମିଟେଡ୍‌, ଆମ୍ବିସିଅସ୍‌ ଡାଇଭର୍ସଫାଏଡ୍‌ ମ୍ୟାନେଜମେଣ୍ଟ୍ ଲିମିଟେଡ୍‌, ମା ମଙ୍ଗଳା ସେଭିଂସ୍ ଆଣ୍ଡ୍ କ୍ରେଡିଟ୍ କୋ-ଅପରେଟିଭ୍‌, ସାରଳା ରିୟଲକନ୍ ପ୍ରାଇଭେଟ୍‌ ଲିମିଟେଡ୍‌, ଆଶୀର୍ବାଦ ମଲ୍‌ଟିପର୍ପଜ୍‌ କୋଅପରେଟିଭ୍ ଲିମିଟେଡ୍‌, ଟ୍ରଷ୍ଟି ସିକ୍ୟୁରିଟି, ଲକ୍ଷ୍ୟ ଲେବଲ ମାର୍କେଟିଂ, ଶ୍ରୀସାଇ ଇନଫ୍ରାଷ୍ଟ୍ରକଚର୍‌ ଓ ଆପଲ ଇନଫ୍ରା ପ୍ରୋଜେକ୍ଟ।