ଶ୍ରୀପାତାଳୀ କ୍ଷେତ୍ରରେ ବିିଦ୍ୟୁତ ବିଭାଗର ଅବହେଳା; ଅନ୍ଧାରରେ ରହିଲେ ସଡ଼କ ଓ ପରିବହନ ମନ୍ତ୍ରୀ

ଉଲୁଣ୍ଡା: ବିଦ୍ୟୁତ୍‌ ବିଭାଗର ଚରମ ଅବହେଳା ପାଇଁ ଦୀର୍ଘ ସମୟ ଧରି ରାଜ୍ୟ ବାଣିଜ୍ୟ, ସଡ଼କ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ଅନ୍ଧାରରେ ରହିବାକୁ ପଡ଼ିଛି। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଶ୍ରୀପାତାଳୀ କ୍ଷେତ୍ରରେ ଆଜି ଏହି ଅଭାବନୀୟ ପରିସ୍ଥିତି ଦେଖାଯାଇଛି।

ସୂଚନା ଅନୁସାରେ, ମନ୍ତ୍ରୀ ପଦ୍ମନାଭ ବେହେରା ଆଜି ପାତାଳୀ ମହୋତ୍ସବର ପଞ୍ଚମ ସନ୍ଧ୍ୟାରେ ଅତିଥି ଭାବେ ଯୋଗ ଦେଇଥିଲେ l ମନ୍ତ୍ରୀ ଶ୍ରୀ ବେହେରା ସନ୍ଧ୍ୟା ୬ଟାରେ ପଂହଚିବା ବେଳକୁୁ, ସେହି ସମୟରେ ମେଳାସ୍ଥଳରେ ବିଦ୍ୟୁତ ସରବରାହ ବନ୍ଦ ଥିଲା। ପ୍ରାୟ ୨ ଘଣ୍ଟା ଧରି ବିଦ୍ୟୁତ ଆସି ନ ଥିଲା। ମନ୍ତ୍ରୀ ମେଳାରେ ଯୋଗଦେଇ ଫେରିବା ପର୍ଯ୍ୟନ୍ତ ବିଦ୍ୟୁତ ଆସି ନଥିଲା। ବିଦୁତ ବିଭାଗ ଜାଣିଶୁଣି ବିଜୁଳି କାଟି ଦେଇ ଥିବା ଜନସାଧାରଣରେ ଆଲୋଚନା ହେଉଥିବା ଦେଖାଯାଇଥିଲା।

ମନ୍ତ୍ରୀ ପହଂଚିବା ପରେ ମେଳା କମିଟି ତାଙ୍କୁ ପାଛୋଟି ଆଣି ଅତିଥି ଗୃହରେ ବସାଇ ଅତିଥି ସତ୍କାର କରିଥିଲେ। କିନ୍ତୁ କୋଠରୀ ଭିତରେ ବିଦ୍ୟୁତ ନ ଥିବାରୁ ମୋବଇଲର ଟର୍ଚ୍ଚ ଜାଳି ଆଲୋକିତ କରାଯାଇଥିବା ଦେଖିବାକୁ  ମିଲିଥିଲା । ସେତେବେଳେ  ମନ୍ତ୍ରୀଙ୍କୁ ଜନସାଧାରଣ ଆପତ୍ତି ଅଭିଯୋଗକରି ଥିଲେ l ଏଠାରେ ବିଦ୍ୟୁତ ନ ଥିବା ନେଇ ଅନେକ ସମୟରେ ମନ୍ତ୍ରୀଙ୍କୁ ଫୋନ ଯୋଗେ  ଅବଗତ କରିଥିଲେ l ଏ ନେଇ ମନ୍ତ୍ରୀ ମଧ୍ୟ ବିଦ୍ୟୁତ ବିଭାଗର ସେକ୍ସନ ଅଧିକାରୀଙ୍କୁ ଫୋନ କରିଥିଲେ।

ସୂଚନାଯୋଗ୍ୟ, ପାତାଳୀ କ୍ଷେତ୍ର ଭଳି ଏକ ରାଜ୍ୟସ୍ତରୀୟ ପର୍ଯ୍ୟଟନରେ ବିଭିନ୍ନ ଅବ୍ୟବସ୍ଥା ନେଇ ସ୍ଥାନୀୟ ଲୋକ ଓ ବୁଦ୍ଧିଜୀବୀମାନେ ଅସନ୍ତୋଷ ଦେଖାଯାଇଛନ୍ତି। ଏଠାରେ ଭିତ୍ତିଭୂମିର ସଠିକ ପରିଚାଳନା କଲେ ପର୍ଯ୍ୟଟନ‌ କ୍ଷେତ୍ରରେ ଆହୁରି ବିକାଶ ହୋଇପାରିବ ବୋଲି ସେମାନେ ମତ ଦିଅନ୍ତି।

ସମ୍ବନ୍ଧିତ ଖବର