ଦେଓଗାଁ ବନ ବିଭାଗର ଚଢ଼ଉ, କାଠ ଜବତ

ଦେଓଗାଁ: ଦେଓଗାଁ ରେଞ୍ଜ ଅନ୍ତର୍ଗତ ଗୁଡ଼ଭେଳା ବ୍ଲକ୍‌ର କନ୍ଦାମୁଣ୍ଡା ଗାଁରେ ସୋମବାର ଦେଓଗାଁ ବନ ବିଭାଗ ଚଢ଼ଉ କରି ସାଗୁଆନ ପଟା ଓ ମୂଲ୍ୟବାନ କାଠ ଜବତ କରିଛି। ଏକ ପାଳଗଦା ନିକଟରୁ ୨୨ଟି ଶାଗୁଆନ ପଟା, ୬ଟି ଶାଗୁଆନ ଗଣ୍ଡି, ୬ଟି ନିମ୍ବ ଚୌକାଠ ଜବତ କରି ଦେଓଗାଁ ରେଞ୍ଜ ଅଫିସକୁ ଆଣିଛନ୍ତି ବୋଲି ରେଞ୍ଜର୍‌ ଆଲୋକ ମାଝୀ ସୂଚନା ଦେଇଛନ୍ତି।

ଏହି ଚଢ଼ଉରେ ଫରେଷ୍ଟର ପିଙ୍କୁ ଭୋଇ, ବିପିନ ଭୋଇ ପ୍ରମୁଖ ସାମିଲ ଥିଲେ। ଆଗୁଆ ଖବର ପାଇ ଉକ୍ତ ପଟା ରଖିଥିବା ବ୍ୟକ୍ତି ଫେରାର୍‌ ହୋଇଥି‌ବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର