ପୂର୍ବତନ ବିଧାୟକ ପର୍ଶୁରାମ ପଣ୍ଡାଙ୍କ ପରଲୋକ

ଛତ୍ରପୁର : ବର୍ଷିଆନ୍ କମ୍ୟୁନିଷ୍ଟ ନେତା ତଥା ପୂର୍ବତନ ଛତ୍ରପୁର ବିଧାୟକ ପର୍ଶୁରାମ ପଣ୍ତାଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ସ୍ବାସ୍ଥ୍ୟଗତ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ କହିଛନ୍ତି।

ସ୍ବର୍ଗତ ପଣ୍ତା ୧୯୩୪ ସେପ୍ଟେମ୍ବର ୧୬ ତାରିଖରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍‌ ଅନ୍ତର୍ଗତ ପୁରୁଣାପାଟଣା ଗାଁରେ ଜନ୍ମଗ୍ରହଣ କରିଥିଲେ। ୧୯୯୦ ମାର୍ଚ୍ଚ ୩ ତାରିଖରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିରୁ ଛତ୍ରପୁର ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇ ୧୯୯୫ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ବିଧାୟକ ଥିଲେ। ମସ୍ତିଷ୍କାଘାତ କାରଣରୁ ସେ ଦୀର୍ଘଦିନ ହେଲା ଚିକିତ୍ସାଧୀନ ଥିଲେ। ଆଜି ଅପରାହ୍ନରେ ତାଙ୍କର ମୃତ୍ୟୁ ହୋଇଯାଇଛି। ସ୍ବର୍ଗତଃ ପଣ୍ଡାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ସ୍ବର୍ଗତ ପଣ୍ତାଙ୍କ ମରଶରୀରକୁ ଦଳୀୟ ପତାକା ଢାଙ୍କି ଏକ ବିଶାଳ ଶୋଭାଯାତ୍ରାରେ ନିଆଯାଇଥିଲା। ଗାଁ ଶ୍ମଶାନରେ ତାଙ୍କର ସତ୍କାର କରାଯାଇଥିଲା।

ସମ୍ବନ୍ଧିତ ଖବର