ଆଖି ବୁଜିଲେ ଗଣଦୁଷ୍କର୍ମ ପୀଡ଼ିତା

ବିଶୋଇ : ଦୀର୍ଘ ୧୧ ଦିନ ଧରି ମୃତ୍ୟୁ ସହ ସଂଘର୍ଷ କରିବା ପରେ ବିଶୋଇ ଅଞ୍ଚଳର ଗଣଦୁଷ୍କର୍ମ ପୀଡ଼ିତା ସସ୍ମିତା (ଛଦ୍ମନାମ) ଆଖି ବୁଜିଛନ୍ତି। ବାରିପଦା ମେଡିକାଲରେ ଚିକିତ୍ସାଧୀନ ଥିବା ବେଳେ ଗତ ୨୮ ତାରିଖ ଦିନ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଛି। ଗତ ୧୬ ତାରିଖ ସଂଧ୍ୟାରେ ସସ୍ମିତା ଶୌଚ ହେବାକୁ ଘର ନିକଟ ପଡ଼ିଆକୁ ଯାଇଥିଲେ। ହଠାତ୍‌ ୩ ଜଣ ଯୁବକ ତାଙ୍କୁ ଟେକି ନେଇ ଦୁଷ୍କର୍ମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଗାଁ ଲୋକେ ଉଦ୍ଧାର କରିିଥିଲେ। ପ୍ରଥମେ ତାଙ୍କୁ ଚିକିତ୍ସା ପାଇଁ ବିଶୋଇ ମେଡିକାଲରେ ଭର୍ତି କରା ଯାଇଥିଲା। ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଜଟିଳ ହୋଇ ପଡ଼ିବାରୁ ତାଙ୍କୁ ବାରିପଦା ଓ ପରେ କଟକ ନିଆ ଯାଇଥିଲା। ହେଲେ ଅର୍ଥାଭାବରୁ ପରିବାର ଲୋକେ ତାଙ୍କୁ କଟକରୁ ଫେରାଇ ଆଣି ବିଶୋଇ ମେଡିକାଲରେ ଚିକିତ୍ସା କରୁଥିଲେ। ଏ ଖବର ଜଣାପଡ଼ିବା ପରେ ପ୍ରଶାସନ ପୀଡ଼ିତାଙ୍କୁ ବାରିପଦା ନେଇ ଚିକିତ୍ସା ବ୍ୟବସ୍ଥା କରାଇଥିଲା। ତା’ସତ୍ତ୍ୱେ ବି ତାଙ୍କୁ ବଞ୍ଚାଇବା ସମ୍ଭବ ହେଲାନି।

ସମ୍ବନ୍ଧିତ ଖବର