କୋଲାବ ଜଣଭଣ୍ଡାରରେ ୪ ଶିଶୁ ବୁଡ଼ିବା ଘଟଣା: ଗାଁରେ ହେଲା ୪ ଶିଶୁଙ୍କ ଶବ ବ୍ୟବଛେଦ

ଜୟପୁର/ଲମତାପୁଟ:କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ କୋଲାବ ଜଳଭଣ୍ଡାରରେ ବୁଡ଼ି ଗତକାଲି ଅପରାହ୍ଣରେ ୪ଜଣ ବାଳକ, ବାଳିକାଙ୍କ ମୃତ୍ୟୁ ଘଟିଥିଲା। କୁମ୍ଭାରଗନ୍ଧଣା ପଞ୍ଚାୟତର ପରଜାଖୁଡୁବିି ଗାଁର ପଦୁ ଭୋଇଙ୍କ ପୁଅ ସୁଶାନ୍ତ ଭୋଇ (୨) ଓ ଝିଅ ଲକ୍ଷ୍ମୀ ଭୋଇ(୯), ଭୋଲୁ ମାଝୀଙ୍କ ଝିଅ ସବିତା ମାଝୀ (୮), ଚୈତନ୍ୟ ଭୋଇଙ୍କ ପୁଅ ସଂଜୟ ଭୋଇ। ତେବେ ଗତକାଲି ଜଳଭଣ୍ଡାରରୁ ଗ୍ରାମବାସୀମାନେ ମୃତଦେହ ଉଦ୍ଧାର କରିବା ପରେ ଏହାର ବ୍ୟବଛେଦ ପାଇଁ ଡାକ୍ତରଖାନାକୁ ନେବା ନିମନ୍ତେ ସୁବିଧା ହୋଇ ନ ଥିଲା। ଦୁର୍ଗମ ଅଞ୍ଚଳ ହୋଇଥିବାରୁ ପ୍ରାୟ ୨୫/୩୦ କିଲୋମିଟର ଦୂରରେ ଥିବା ଡାକ୍ତରଖାନା ପର୍ଯ୍ୟନ୍ତ ଗର୍ଶରୁ କୌଣସି ରାସ୍ତା ନାହିଁ। ଫଳରେ ଆଜି ପ୍ରଶାସନ ପକ୍ଷରୁ ଡାକ୍ତର, ପୁଲିସ ଓ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଏକ ଶୋକାକୂଳ ପରିବେଶରେ ମୃତ ଶିଶୁମାନେଙ୍କ ମୃତଦେହ ଗାଁରେ ବ୍ୟବଛେଦ କରାଯାଇଛି।
ସୂଚନା ଅନୁଯାୟୀ, ଗତକାଲି ସକାଳେ ବାପା, ମା’ଙ୍କ ସହ ଜମିରେ କାମ କରିବାକୁ ପିଲାମାନେ ଯାଇଥିଲେ। ଅପରାହ୍ନରେ କାମ ସରିବା ପରେ ଜମି ନିକଟସ୍ଥ କୋଲାବ ଜଳଭଣ୍ଡାରକୁ ଯାଇଥିଲେ। ଏହି ସମୟରେ ଭାରସାମ୍ୟ ହରାଇ ଗଭୀର ଜଳରେ ସୁଶାନ୍ତ ପ୍ରଥମେ ବୁଡି ଯାଇଥିଲେ। ଭାଇକୁ ବଞ୍ଚାଇବାକୁ ଯାଇ ଭଉଣୀ ଲକ୍ଷ୍ମୀ ମଧ୍ୟ ବୁଡି ଯାଇଥିଲା। ଦୁହିଁଙ୍କୁ ଉଦ୍ଧାର କରିବାକୁ ଯାଇ ଆଗପଛ ହୋଇ ସବିତା ଓ ସଂଜୟ ମଧ୍ୟ ବୁଡି ଯାଇଥିଲେ। ଗାଁ ଲୋକ ଘଟଣା ସଂପର୍କରେ ଜାଣିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଉଦ୍ଧାର କରି ନଦୀ କୂଳକୁ ଆଣିବା ପରେ ୪ଜଣ ଯାକ ମୃତ୍ୟୁବରଣ କରିଥିବା ଜଣାପଡିଥିଲା। ସଂଧ୍ୟାରେ ଶବ ଗାଁକୁ ନିଆଯାଇଥିଲା। ଖବର ପାଇର୍ ଗତକାଲଇ ରାତିରେ ପୁଲିସ ଟଣାସ୍ଥଳରେ ପହଞ୍ଚିଥିଲା। ଆଜି ସକାଳେ ପୁଲିସ ଓ ମାଜଷ୍ଟ୍ରଟ୍‌ଙ୍କ ଉପସ୍ଥିତିରେ ଗାଁରେ ହିଁ ଶିଶୁମାନଙ୍କ ଶବ ବ୍ୟବଛେଦ କରାଯାଇଛି।

ସମ୍ବନ୍ଧିତ ଖବର