ଟ୍ରେନ୍ ଧକ୍କାରେ ବୃଦ୍ଧା ମୃତ

ସମ୍ବଲପୁର: ବୁଧବାର ଟ୍ରେନ୍‌ ଧକ୍କାରେ ଜଣେ ବୃଦ୍ଧା(୭୦)ଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ। ବୁଧବାର ସକାଳେ ଅଜଣା ଟ୍ରେନ୍‌ ଧକ୍କାରେ ଭୁଷଣ ପ୍ଲାଣ୍ଟ ନିକଟରେ ତାଙ୍କର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ବୁଧବାର ସକାଳ ସମ୍ବଲପୁର ଜିଆର୍‌ପି ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରିଥିଲା।

ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣା ଅନୁସନ୍ଧାନ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର