ମେଟ୍‌ ନିଯୁକ୍ତିକୁ ବିରୋଧ

ହରିଚନ୍ଦନପୁର : ମନରେଗା କାମରେ ଅଣସ୍ବୀକୃତିପ୍ରାପ୍ତ ମେଟ୍‌ ନିଯୁକ୍ତିକୁ ବ‌ିରୋଧ କରି ହରିଚନ୍ଦନପୁର ଗାଁସାଥୀ ମେଟ୍‌ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟିର ଆବାହକ ମନୋଜ କୁମାର ପଟେଲଙ୍କ ଆହ୍ବାନକ୍ରମେ କମିଟିର ସମସ୍ତ ସଦସ୍ୟ ବିଡିଓଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ବ୍ଲକ୍‌ର ଜିରାଙ୍ଗ, ପିଠାଗୋଳା, ବୁଢ଼ାଖମଣ, ତେନ୍ତଳାପଶି, ଜାମୁଯୋଡ଼ି, ଧୁରୁଡ଼ିଆମ୍ବ, ଗୌଣିଘସା, ସୁନାପେଣ୍ଠ, ଶଗଡ଼ପଟା, ଟାଙ୍ଗିରିଆପାଳ, ବରେଇଗୋଡ଼ା ଓ ରେବଣାପଳାଶପାଳ ପଞ୍ଚାୟତରେ ରେଶମ ଶିଳ୍ପ ବିଭାଗ ଦ୍ଵାରା ଅଣସ୍ବୀକୃତିପ୍ରାପ୍ତ ମେଟ୍‌ଙ୍କୁ ନିଯୁକ୍ତି କରି ବ୍ଲକ୍‌ରେ ଏନ୍‌ଏମ୍‌ଏମ୍‌ଏସ୍‌ ପାଇଁ ପଞ୍ଜୀକରଣ କରିଛନ୍ତି।

ଯାହା ସରକାରଙ୍କ ଚିଠି ନମ୍ବର ୧୯୪୦/୧୧/୨/୨୧କୁ ଉଲ୍ଲଂଘନ କରୁଛି। ବିଡିଓଙ୍କ ଜ୍ଞାତସାରରେ ବିଭାଗର ଅଧିକାରୀମାନେ ଏଭଳି ବେଆଇନ କାମ କରି ଗାଁସାଥୀଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରୁଛନ୍ତି ବୋଲି କମିଟି ଅଭିଯୋଗ କରିଛି। ଅଣସ୍ବୀକୃତିପ୍ରାପ୍ତ ମେଟ୍‌ମାନଙ୍କ ଏନ୍‌ଏମ୍‌ଏମ୍‌ଏସ୍‌ ପଞ୍ଜୀକରଣ ପ୍ରତ୍ୟାହାର କରିବାକୁ ଗାଁସାଥୀ ମେଟ୍ ସଂଘ ମିଳିତ କ୍ରିୟା ଅନୁଷ୍ଠାନ କମିଟିର ସଦସ୍ୟମାନେ ବିଡିଓ ପ୍ରଭୁକଲ୍ୟାଣ ଦାସଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି। ନଚେତ୍‌ ବ୍ଲକ୍‌ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବ ବୋଲି ଶ୍ରୀ ପଟେଲ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର