କୋରେଇ ବ୍ଲକରେ କେନ୍ଦ୍ରୀୟ ପ୍ରତିନିଧି ଦଳ, ମନରେଗା ପ୍ରକଳ୍ପ ଦେଖିଲେ

କୋରେଇ: କୋରେଇ ବ୍ଲକରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ହୋଇଥିବା ବିଭିନ୍ନ ପ୍ରକଳ୍ପକୁ ଆଜି ବୁଲି ଦେଖିଛନ୍ତି କେନ୍ଦ୍ରୀୟ ମନରେଗା ଟିମ୍। ମନରେଗା କେନ୍ଦ୍ରୀୟ ଟିମ୍‌ ମୁଖ୍ୟ ପ୍ରଦୋଷ କୁମାର ଦାଶ, ରଶ୍ମିରଂଜନ ମିଶ୍ର ଓ ସୁଶାନ୍ତ କୁମାର ସେନାପତି ପ୍ରମୁଖ ଅପରାହ୍‌ଣରେ କୋରେଇ ବ୍ଲକ୍ କାର୍ଯ୍ୟାଳୟରେ ପହଞ୍ଚି ବିଡିଓ ରଂଜନ କୁମାର ପରିଡ଼ାଙ୍କ ସହିତ ଆଲୋଚନା କରିଥିଲେ। ପରେ ମନରେଗା ଯୋଜନାରେ କାମ ହୋଇଥିବା ବିଭିନ୍ନ ଫାଇଲ୍ ଯାଞ୍ଚ କରିଥିଲେ।

ପରେ ଅଧିକାରୀମାନେ ବରୁଣ୍ତାଇ ପଞ୍ଚାୟତ ପରିଦର୍ଶନରେ ଯାଇ ଏହି ଯୋଜନାରେ ହୋଇଥିବା ଆଦର୍ଶ ଖେଳ ପଡ଼ିଆ, ଆଦର୍ଶ ପୋଖରୀ ଓ ବହୁ ରାସ୍ତା ବୁଲି ଦେଖିଥିଲେ। ପରେ ଏହି ଯୋଜନାରେ ହୋଇଥିବା ୫-ଟି ସ୍କୁଲ ପାଚେରି ଓ ବିଭିନ୍ନ ବୃକ୍ଷରୋପଣ ପ୍ରକଳ୍ପ ମଧ୍ୟ ବୁଲି ଦେଖିଥିଲେ। ତେବେ ଏହି ଯୋଜନାରେ କୋରେଇ ବ୍ଲକ୍ ଧାର୍ଯ୍ୟଲକ୍ଷ୍ୟଠାରୁ ପଛରେ ରହିଥିବାରୁ ଏହାକୁ ତ୍ବରାନ୍ବିତ କରିବାକୁ ଅଧିକାରମାନେ ପରାମର୍ଶ ଦେଇଥିବା ବିଡିଓ ଶ୍ରୀ ପରିଡ଼ା କହିଛନ୍ତି। ଆଜିର ଏହି ଗସ୍ତରେ କେନ୍ଦ୍ରୀୟ ଟିମ୍ ସହିତ ଜିଲ୍ଲା ମନରେଗା ସମନ୍ବୟର ବହୁ ଅଧିକାରୀ, ସ୍ଥାନୀୟ ସରପଞ୍ଚ ଏବଂ ଜିଆରଏସ୍‌ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର