ହେମନ୍ତ କରକରେଙ୍କୁ ଜଣେ ଆରଏସଏସ ସମର୍ଥିତ ପୁଲିସ ଅଧିକାରୀ ଗୁଳି ମାରିଥିଲେ, କଂଗ୍ରେସ ନେତାଙ୍କ ବୟାନକୁ ନେଇ ବିବାଦ

ମହାରାଷ୍ଟ୍ର: କଂଗ୍ରେସ ନେତାଙ୍କ ବୟାନକୁ ନେଇ ମହାରାଷ୍ଟ୍ର ବିଧାନସଭାରେ ହଙ୍ଗାମା ହୋଇଛି। ବିରୋଧୀ ଦଳ ନେତା ବିଜୟ ୱାଡେଟ୍ଟିୱାର କହିଛନ୍ତି ଯେ ମୁମ୍ବାଇ ଆକ୍ରମଣ ବେଳେ ପୂର୍ବତନ ଆଇପିଏସ୍ ଅଧିକାରୀ ତଥା ସହିଦ ହେମନ୍ତ କରକରେଙ୍କ ମୃତ୍ୟୁ ଆତଙ୍କବାଦୀ କସାବଙ୍କ ଗୁଳି ଯୋଗୁଁ ହୋଇନାହିଁ । ୱାଡେଟିୱାର ଆହୁରି ମଧ୍ୟ କହିଛନ୍ତି ଯେ ଜଣେ ଆରଏସଏସ ସମର୍ଥିତ ପୁଲିସ ଅଧିକାରୀଙ୍କ ବନ୍ଧୁକରୁ ଗୁଳି ମାଡ଼ରେ କରକରେଙ୍କ ମୃତ୍ୟୁ ଘଟିଛି। ଏଣୁ ସତ ଲୁଚାଉଥିବା ଆଇନଜୀବୀ ଉଜ୍ଜ୍ୱଳ ନିକମଙ୍କ ଭଳି ଦେଶଦ୍ରୋହୀଙ୍କୁ ବିଜେପି ସମର୍ଥନ କରୁଛି।

କଂଗ୍ରେସ ନେତାଙ୍କ ଏହି ବୟାନ ପରେ ବିଜେପି ନେତାମାନେ ଦଳ ଉପରେ ବର୍ଷିଛନ୍ତି। ୱାଡେଟିୱାରଙ୍କ ବୟାନ ଉପରେ ପ୍ରତିକ୍ରିୟା ପ୍ରକାଶ କରି ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବିନୋଦ ତାୱଡେ କହିଛନ୍ତି ଯେ କଂଗ୍ରେସ ନେତାମାନେ ସେମାନଙ୍କ ଭୋଟ୍ ବ୍ୟାଙ୍କକୁ ଖୁସି କରିବା ପାଇଁ ଏତେ ତଳକୁ ଯେ ଖସିଯିବେ ତାହା ଚିନ୍ତା କରିହେବ ନାହିଁ। ମୁମ୍ବାଇ ଆକ୍ରମଣରେ ଯେଉଁ ଆତଙ୍କବାଦୀମାନେ ଆମ ପୁଲିସ କର୍ମଚାରୀଙ୍କୁ ଗୁଳି ମାରିଥିଲେ କଂଗ୍ରେସ ସେମାନଙ୍କୁ ନିର୍ଦ୍ଦୋଷ କହୁଛି। କଂଗ୍ରେସ ନେତାମାନେ ହେମନ୍ତ କରକରେଙ୍କ ହତ୍ୟାକାରୀକୁ ନିର୍ଦ୍ଦୋଷ ମନେ କରୁଛନ୍ତି। ଏଭଳି ବୟାନ ଦେବା ପାଇଁ ସେମାନେ ଲଜ୍ଜିତ ହେବା ଉଚିତ।

ସେହପରି ଉଜ୍ଜଳ ନିକମ ମଧ୍ୟ ୱାଡେଟିୱାରଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ କରକରେଙ୍କୁ ଗୁଳିମାରିଥିବା ବିଷୟ ଖୋଦ୍ କସାବ କୋର୍ଟରେ ବୟାନ ଦେଇଥିଲା । କିନ୍ତୁ କଂଗ୍ରେସ କଣ କସାବ ବୟାନକୁ ମିଛି ପ୍ରମାଣିତ କରିବାକୁ ଚାହୁଁଛି ।

ସମ୍ବନ୍ଧିତ ଖବର