ବସ୍ ଫିଟନେସ୍ ନବୀକରଣ କ୍ଷେତ୍ରରେ ଅତିରିକ୍ତ ଫି’କୁ ବିରୋଧ: ଜବାବ ଦାଖଲ ପାଇଁ କେନ୍ଦ୍ର ସରକାରଙ୍କୁ ଶେଷ ସୁଯୋଗ 

କଟକ : ବସ୍‌ର ଫିଟନେସ ନବୀକରଣ ଫି ବୃଦ୍ଧିକୁ ଚାଲେଞ୍ଜ କରି ଦାୟର ମାମଲାରେ ଜବାବ ଦାଖଲ ପାଇଁ କେନ୍ଦ୍ର ସରକାରଙ୍କୁ ହାଇକୋର୍ଟ ଶେଷ ସୁଯୋଗ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ୨୦୨୩, ମାର୍ଚ୍ଚ ୨୧କୁ ଧାର୍ଯ୍ୟ କରାଯାଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ମୁରାହରି ଶ୍ରୀ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଅଲ୍ ଓଡ଼ିଶା ବସ୍ ଓନର୍ସ ଆସୋସିଏସନ୍ ମାମଲା ସହିତ ଅନ୍ୟ ଆବେଦନ ଗୁଡିକର ଏକତ୍ର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ  ଅଗଷ୍ଟ ୨ରେ ହାଇକୋର୍ଟ ମାମଲାରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ବସ୍ ଫିଟନେସ୍ ନବୀକରଣ ପାଇଁ ବସ୍ ମାଲିକମାନେ ପଇଠ କରିଥିବା ଅତିରିକ୍ତ ଫି’ର ଭବିଷ୍ୟତ ମାମଲାର ଚୂଡ଼ାନ୍ତ ରାୟ ଉପରେ ନିର୍ଭର କରିବ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର