ପାଟଣାଗଡ଼ ପାର୍ସଲ୍ ବୋମା ବିସ୍ଫୋରଣ ଘଟଣା: କୋର୍ଟରେ ହାଜର ହେଲା ପୁଞ୍ଜିଲାଲ

ପାଟଣାଗଡ଼ : ପାଟଣାଗଡ଼ର ବହୁଚର୍ଚ୍ଚିତ ପାର୍ସଲ୍ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ଗୁରୁବାର ପୁଣି ପାଟଣାଗଡ଼ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା। ପୁଞ୍ଜିଲାଲ ପାଟଣାଗଡ଼ ଜେଲରେ ଥିବା ସମୟରେ ଖସି ପଳାଇବା ଉଦ୍ୟମ କରୁଥିବା ମାମଲାରେ ତାକୁ ଗୁରୁବାର ହାଜର କରାଯାଇଥିବା ସୂଚନା ମିଳିଛି। ଗୁରୁବାର ୪ ଜଣଙ୍କ ସାକ୍ଷ୍ୟ ପ୍ରମାଣ ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା। ହେଲେ ସେମାନଙ୍କ ମଧ୍ୟରୁ ଜଣେ ସାକ୍ଷୀ ଉପସ୍ଥିତ ଥିଲେ। ପରେ ଅନ୍ୟମାନଙ୍କ ସାକ୍ଷ୍ୟ ଗ୍ରହଣ ପାଇଁ ଆଦେଶ କରାଯିବ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ ପାର୍ସଲ୍ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲକୁ ପାଟଣାଗଡ଼ ଉପକରାଗାରରେ ରଖା ଯାଇଥିଲା। ସେଠାରୁ ସେ ଖସି ପଳାଇବାକୁ ଉଦ୍ୟମ କରୁଥିବା ଅଭିଯୋଗରେ ଏକ ମାମଲା ଦାଏର ହୋଇଥିଲା।

ସମ୍ବନ୍ଧିତ ଖବର