ପ୍ରଧାନମନ୍ତ୍ରୀ ଆବାସ ଆବଣ୍ଟନ ଓ ସମ୍ବଲପୁର ହିଂସାକାଣ୍ଡ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଗିରିରାଜ ସିଂ

ଭୁବନେଶ୍ବର: ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଆବଣ୍ଟନ ଓ ସମ୍ବଲପୁର ହିଂସାକାଣ୍ଡ ନେଇ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଗିରିରାଜ ସିଂ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, କେବଳ ଆବାସ କଥା ନୁହେଁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଓଡ଼ିଶାର ବିକାଶ ବିନା ପୂର୍ବାଞ୍ଚଳର ବିକାଶ ହୋଇପାରିବ ନାହିଁ। ଆଠ ବର୍ଷ ଭିତରେ ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତିରାଜ ଲାଗି ୨୬ ହଜାର କୋଟି ଆସିଲା। ମୋଦୀ ସରକାର ଏକ ଲକ୍ଷ କୋଟିରୁ ଅଧିକ ଦେଇଥିବା ବେଳେ କେବଳ ୧୦ ଲକ୍ଷ ଇନ୍ଦିରା ଆବାସ ମିଳିଥିଲା ପ୍ରଧାନମନ୍ତ୍ରୀ ୨୮ ଲକ୍ଷ ଦେଲେ। ଗରିବଙ୍କୁ ହକ ମିଳୁ କିନ୍ତୁ ଏବେବି ୯ ଲକ୍ଷ ଘର ଅଧୁରା ପଡ଼ିଛି, ନୂଆ ଘର ଦିଆଯାଉନାହିଁ। ମନରେଗାରେ ୟୁପିଏ ସମୟରେ ୬୭୦୦ କୋଟି ମିଳିଥିଲା, ଆମେ ୨୭ହଜାର କୋଟି ଦେଇଛୁ। କିନ୍ତୁ ସବୁ ଲୁଟ୍ ହେଉଛି, ମିନିରାଲ ଫଣ୍ଡ ଭଳି ସବୁର ଲୁଟ୍ ହେଉଛି। ଏଠିକା ଜନତା ଏବେ ପଚାରିବ ମୋଦୀ ଘର ଦେଲେ, କିନ୍ତୁ ରାଜ୍ୟ ସରକାର କାହିଁକି ଦେଉନାହାନ୍ତି?

ଏଣେ ସମ୍ବଲପୁର ଘଟଣା ନେଇ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଗିରିରାଜ ସିଂ ନିଜର ପ୍ରତିକ୍ରିୟାରେ କହିଛନ୍ତି, ସମ୍ବଲପୁର ଘଟଣା ଦୁର୍ଭାଗ୍ୟପୂର୍ଣ୍ଣ। ଓଡ଼ିଶା ଏବଂ ଭାରତକୁ ଦୋହଲାଇ ଦେବା ଭଳି ଏବଂ ଡରେଇ ଦେବା ଭଳି ଘଟଣା। ଏଠିକା ସରକାରଙ୍କୁ ମୋର ପ୍ରଶ୍ନ, ସରକାର ତୁଷ୍ଟିକରଣ କରୁଛି, ଦଙ୍ଗାକାରୀଙ୍କୁ ବଞ୍ଚାଉଛି। ଓଡ଼ିଶାର ହିନ୍ଦୁମାନେ କେବେ ବି କାହା ଉପରେ ପଥର ଫୋପାଡ଼ି ନାହାନ୍ତି କାରଣ ଆମେ ବସୁଧୈବ କୁଟୁମ୍ବକମ୍ କହୁ। ଆମେ ହନୁମାନ ଜୟନ୍ତୀ କୋଉଠି ପାଳନ କରିବେ ? ଓଡ଼ିଶାର ହିନ୍ଦୁ ପଶ୍ଚିମବଙ୍ଗ ଯିବ ନା ପାକିସ୍ତାନ ଯିବ ପାଳନ କରିବାକୁ?  ହିନ୍ଦୁ- ମୁସଲମାନ ଆଧାରରେ ଭାରତର ଭାଗ ହୋଇଥିଲା। ଓଡ଼ିଶାର ମୁସଲମାନମାନଙ୍କୁ ଯଦି ପାକିସ୍ତାନ ପଠେଇ ଦିଆଯାଇଥାନ୍ତା, ତେବେ ଆଜି ହନୁମାନ ଜୟନ୍ତୀ ଲାଗି ପଥର ଖାଇବାକୁ ପଡ଼ି ନଥାନ୍ତା। ଏଠିକା ସରକାର ଭୋଟ ଲାଗି ତୁଷ୍ଟିକରଣ ରାଜନୀତି କରି ପାରନ୍ତା ନାହିଁ।

ମୁଁ ଏଠିକା ସରକାର, ମୁସଲମାନ ଏବଂ ଟୁକଡେ ଟୁକଡେ ଗ୍ୟାଙ୍ଗକୁ ପଚାରିବାକୁ ଚାହୁଁଛି, ଆମକୁ କେତେ ଦିନ ପର୍ଯ୍ୟନ୍ତ ଦବେଇ ରଖିବାକୁ ଚାହୁଁଛ, ଆମେ କେବେ ପଥର ଫୋପାଡ଼ି ନାହୁଁ, ଆମ ହନୁମାନ ଜୟନ୍ତୀରେ କାହିଁକି ଫୋପାଡ଼ିଲ?  ଆଗକୁ ଯଦି ଏମିତି ହେବ, ହିନ୍ଦୁ ବି ଉଠିବେ।

ସମ୍ବନ୍ଧିତ ଖବର