କଟକରେ ‌ବଡ଼ଧରଣର ସେକ୍ସ ରାକେଟ୍‌ ଠାବ, ୱେବ୍‌ ଚ୍ୟାନେଲ ଅଫିସ ଭିତରେ ଚାଲିଥିଲା ଦେହ ବ୍ୟବସାୟ

କଟକ: କଟକ ବାଦାମବାଡ଼ି ଥାନା ସୂର୍ଯ୍ୟବିହାର ଲେନରୁ ଏକ ବଡ଼ଧରଣର ସେକ୍ସ ରାକେଟ କମିସନରରେଟ ପୁଲିସ ଠାବ କରିଛି। ଆଜି ଅପରାହ୍ନରେ ପୁଲିସ ସ୍ପେସିଆଲ ସ୍କ୍ୱାର୍ଡ ବିଶେଷ ସୂତ୍ରରୁ ଖବରପାଇ ସେଠାରେ ଚଢ଼ଉ କରିଥିଲା । ଚଢ଼ଉ ସମୟରେ ସେହି ଘରୁ ୫ ଜଣ ଦେହଜୀବୀଙ୍କ ସହ ୨ ଗ୍ରାହକଙ୍କୁ ଠାବ କରାଯାଇଛି । ଅଟକ ଥିବା ୫ ଦେହଜୀବୀଙ୍କ ମଧ୍ୟରେ ଜଣେ ରାଣୀ ମହୁମାଛି ମଧ୍ୟ ରହିଛି। ସବୁଠାରୁ ବଡ଼ କଥା ହେଲା ଏକ ୱେବ୍‌ ଚ୍ୟାନେଲ ଅଫିସ ଭିତରେ ଚାଲିଥିଲା ଏହି ସେକ୍ସ ରାକେଟ।

ଦୀର୍ଘ ଦିନ ହେବ ଏହି ସେକ୍ସ ରାକେଟ ଚାଲିଥିବା ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରି ଆସୁଥିଲେ। ତେବେ ଏହି ଘଟଣା ଏବେ କଟକରେ ଚହଳ ପକାଇଛି। ଥାନାର ପାଖରେ ଏପରି କାର୍ଯ୍ୟକୁ ପୁଲିସ କିପରି ଜାଣି ପାରିଲା ନାହିଁ ତାହାକୁ ନେଇ ମଧ୍ୟ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ବାଦାମବାଡ଼ି ଥାନା ପୁଲିସ। ରାଣୀ ମହୁମାଛି କଟକର ନାଁ ବାହାରର ତାହାର ଖୋଳତାଡ଼ ଜାରି ରଖିଛି ପୁଲିସ। ବିଶେଷକରି ସେ ୱେବ ଚ୍ୟାନେଲ ଅଫିସକୁ ନେଇ ମଧ୍ୟ ପୁଲିସ ତଦନ୍ତ ଆରମ୍ଭ କରିଛି ।

ତେବେ ଦେହଜୀବୀମାନଙ୍କୁ ଉଦ୍ଧାର କରିବା ସମୟରେ ଅନେକ ସାମଗ୍ରୀ ଜବତ କରିଛି ପୁଲିସ। ଏହି ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। କେତେ ଦିନ ପୂର୍ବରୁ ଏହି ଅନୈତିକ କାର୍ଯ୍ୟ ସେ ୱେବ ଚ୍ୟାନେଲ ଅଫିସରେ ଚାଲିଥିଲା। ଆଉ ଏଥିରେ ୱେବ ଚ୍ୟାନେଲର ସମ୍ପୃକ୍ତି ରହିଛି ନାଁ ନାହିଁ ତାହା ତଦନ୍ତ ପରିସରଭୁକ୍ତ ରହିଛି। ୪ ଜଣ ଦେହଜୀବୀ ଅଟକ ଥିଲା ବେଳେ ରାଣୀ ମହୁମାଛିକୁ ଗିରଫ ଦର୍ଶାଇଛି ପୁଲିସ। ଏହାସହ କିଛି ଗ୍ରାହକଙ୍କୁ ମଧ୍ୟ ଏବେ ପୁଲିସ ଅଟକ ରଖି ପଚାରାଉଚୁରା କରୁଛି। ଆଉ ଖୁବ ଶୀଘ୍ର ଏହି ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି କହିଛନ୍ତି ଡିସିପି।

ସମ୍ବନ୍ଧିତ ଖବର