ସମ୍ବଲପୁରରେ ଆଇପିଏଲ୍‌ ବେଟିଂ: ୬ ଗିରଫ

ସମ୍ବଲପୁର: ଗତ ରାତିରେ ଚେନ୍ନାଇ ଓ ମୁମ୍ବାଇ ମଧ୍ୟରେ ଚାଲିଥିବା ଏକ ଆଇପିଏଲ୍‌ ମ୍ୟାଚ୍‌ରେ ବେଂଟି ଲଗାଇଥିବା ୬ ଜଣ ବ୍ୟକ୍ତିଙ୍କୁ ସଦର ଥାନା ପୁଲିସ ଗିରଫ କରିଛି।

ସେମାନଙ୍କ ଠାରୁ ୧୦ଟି ମୋବାଇଲ୍‌ ଫୋନ୍‌ ଏବଂ ନଗର ୬୭ ହଜାର ଟଙ୍କା ଜବତ କରାଯାଇଛି। ଗିରଫ ବ୍ୟକ୍ତିମାନେ ହେଲେ ରେଙ୍ଗାଲି ଅନ୍ତର୍ଗତ ମହାବୀର ଛକର ରାଜେଶ ଅଗ୍ରଓ୍ଵାଲ, ସମଲାଇ ମନ୍ଦିରପଡ଼ାର ସୁଦର୍ଶନ ମିଶ୍ର, ପ୍ରଧାନପାଲିର ବିଟୁ ଓରଫ ରହଦୀପ ଅଗ୍ରଓ୍ଵାଲ, କ୍ଷେତରାଜପୁର ମହାବୀର ଗଳିର ବୁଲୁ ଓରଫ ତପନ ଖେର୍‌ଓ୍ଵାଲ୍‌, ଆକାଶ ଅଗ୍ରଓ୍ଵାଲ ଏବଂ ଏସ୍‌ଆର୍‌ଆଇଟି କଲୋନିର ସରୋଜ ହୋତା।

ସାଧାରଣ ଲୋକେ ଏମାନେ ବେଟିଂ କରୁଥିବା ସୂଚନା ସମ୍ବଲପୁର ଏସ୍‌. ପି.ଙ୍କୁ ଦେବା ପରେ ତାଙ୍କ ନିର୍ଦେଶ କ୍ରମେ ସଦର ପୁଲିସ ଏମାନଙ୍କୁ ଗିରଫ କରିଥିଲା। ଛତିଶଗଡ଼ରେ ଥାଇ ବୁକିମାନେ ଏହି ବେଟିଂ ପରିଚାଳନା କରୁଥିବ ଜଣାପଡ଼ିଛି।

ସମ୍ବନ୍ଧିତ ଖବର