ଦରମା ନେବେନି ଏନ୍‌ଡିଏ ସାଂସଦ

ବଜେଟ ଅଧିବେଶନ ଦ୍ୱିତୀୟ ପର୍ଯ୍ୟାୟ

ନୂଆଦିଲ୍ଲୀ: ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବା ଦିନଠାରୁ ସଂସଦର ଉଭୟ ଗୃହରେ ଲଗାତାର ଅଚଳାବସ୍ଥା ଜାରି ରହିଥିବାରୁ କୌଣସି ଏନ୍‌ଡିଏ ସାଂସଦ ଏହି ସମୟର ଦରମା ନେବେ ନାହିଁ ବୋଲି ଆଜି କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଟିକସ ଦାତାଙ୍କ ଅର୍ଥକୁ ଅନୈତିକ ଉପାୟରେ ବିରୋଧୀ ଦଳଗୁଡ଼ିକ ନଷ୍ଟ କରୁଛନ୍ତି ବୋଲି ଅଭିଯୋଗ କରିବା ସହ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର ଏହି ଘୋଷଣା କରିଛନ୍ତି। କେନ୍ଦ୍ରର ଏନ୍‌ଡିଏ ସରକାର ସବୁ ପ୍ରକାର ଆଲୋଚନା ପାଇଁ ପ୍ରସ୍ତୁତ ଥିବା ବେଳେ ବିରୋଧୀ ଦଳମାନେ ସୁପରିକଳ୍ପିତ ଭାବେ ଗୃହକାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ବଜେଟ ଅଧିବେଶନ ଶେଷ ହେବାକୁ ଆଉ ଦୁଇ ଦିନ ବାକି ଥିବା ବେଳେ ଏଯାବତ୍‌ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପରେ କୌଣସି ଆଲୋଚନା ହୋଇପାରି ନାହିଁ।

ସମ୍ବନ୍ଧିତ ଖବର