ପ୍ରଥମ ପର୍ଯ୍ୟାୟରେ ୬୬.୧୪% ଓ ଦ୍ବିତୀୟ ପର୍ଯ୍ୟାୟରେ ୬୬.୭୧% ମତଦାନ : ନିର୍ବାଚନ କମିସନ

ନୂଆଦିଲ୍ଲୀ: ଚଳିତ ସାଧାରଣ ନିର୍ବାଚନ ୨୦୨୪ରେ ୧୦୨ଟି ସଂସଦୀୟ କ୍ଷେତ୍ର ପାଇଁ ପ୍ରଥମ ପର୍ଯ୍ୟାୟରେ ୬୬.୧୪% ଓ ଦ୍ୱିତୀୟ ପର୍ଯ୍ୟାୟରେ ୮୮ଟି ସଂସଦୀୟ କ୍ଷେତ୍ର ପାଇଁ ୬୬.୭୧% ମତଦାନ ହୋଇଛି। ଏ ନେଇ ଚୂଡ଼ାନ୍ତ ତଥ୍ୟ ନିର୍ବାଚନ କମିସନ ଜାରି କରିଛନ୍ତି ।

ପ୍ରଥମ ପର୍ଯ୍ୟାୟର ପୁରୁଷ ମତଦାନ ୬୬.୨୨ ପ୍ରତିଶତ ଥିବାବେଳେ ମହିଳା ମତଦାନ ୬୬.୦୭ ପ୍ରତିଶତ ରହିଛି । ତୃତୀୟ ଲିଙ୍ଗ ମତଦାନ ହାର ୩୧.୩୨ ପ୍ରତିଶତ ରହିଛି । ଏହିପରିଭାବେ ସାମଗ୍ରୀକ ମତଦାନ ହାର ୬୬.୧୪ ପ୍ରତିଶତ ରହିଛି । ପୂର୍ବରୁ ଆସିଥିବା ପ୍ରାରମ୍ଭିକ ତଥ୍ୟ ଅନୁସାରେ ପ୍ରଥମ ପର୍ଯ୍ୟାୟରେ ୬୪ ପ୍ରତିଶତ ମତଦାନ ହୋଇଥିଲା ।

ଦ୍ବିତୀୟ ପର୍ଯ୍ୟାୟରେ ପୁରୁଷ ମତଦାନ ୬୬.୯୯ ପ୍ରତିଶତ ଥିବାବେଳେ ମହିଳା ମତଦାନ ୬୬.୪୨ ପ୍ରତିଶତ ରହିଛି । ତୃତୀୟ ଲିଙ୍ଗ ମତଦାନ ହାର ୨୩.୮୬ ପ୍ରତିଶତ ରହିଛି । ଏହିପରିଭାବେ ସାମଗ୍ରୀକ ମତଦାନ ହାର ୬୬.୭୧ ପ୍ରତିଶତ ରହିଛି ।

ଦେଶରେ ୨୦୧୯ ତୁଳନାରେ କମ ମତଦାନ ହେବା କେବଳ ନିର୍ବାଚନ କମିସନ ନୁହେଁ, ସମସ୍ତ ରାଜନୈତିକ ଦଳମାନଙ୍କୁ ବି ଚିନ୍ତାରେ ପକାଇଦେଇଛି । ତେବେ ଅନ୍ୟ ପର୍ଯ୍ୟାୟଗୁଡ଼ିକରେ ମତଦାନ ବଢିବା ଆଶା କରାଯାଉଛି ।

ସମ୍ବନ୍ଧିତ ଖବର