ସମାନତା କଥା ଉଠିଲେ ପ୍ରଥମେ ରଂଗ, ଆକୃତି, ଧର୍ମ, ଆବଶ୍ୟକତା ଆଦି ଗୁଡ଼ାଏ କଥା ମନକୁ ଆସେ। ମାତ୍ର ଆଜି ଆମେ ଏମିତି ଦୁଇଟି ଜିନିଷ ଭିତରେ ସମାନତା ଖୋଜିବାକୁ କହିବୁ ଯାହା ଆପଣଙ୍କୁ ଟିକେ ଦ୍ୱନ୍ଦରେ ପକାଇବ। ଶୀର୍ଷକରୁ ବୁଝି ସାରିବେଣି ନିଶ୍ଚୟ। ତେବେ ଆପଣଙ୍କ ପାଇଁ ପ୍ରଶ୍ନ ହେଉଛି ‘ଗୋଟାଏ ରେସିଂ କାର୍-ଘୂର୍ଣ୍ଣି ବାତ୍ୟା ଏବଂ ଗୋଟାଏ ପେନ୍ସିଲ୍-ଜୋତା ଭିତରେ କ’ଣ ସମାନତା ଅଛି?’
Sambad is now on WhatsApp
Join and get latest news updates delivered to you via WhatsApp
ଏପରି ଛୋଟ ଛୋଟ ପ୍ରଶ୍ନ-ଉତ୍ତର ଖେଳ ଖେଳିବା ଦ୍ୱାରା ମସ୍ତିଷ୍କ ତୀଷ୍ମ ହୋଇଥାଏ। ଆମେ ପ୍ରକାଶ କରୁଥିବା ସମସ୍ତ ପଜଲ୍ ଓ ରିଡଲ୍କୁ ନିଜେ ପଢ଼ିବା ସହ ପିଲାଙ୍କ ସହ ଆଲୋଚନା କରି ସେମାନଙ୍କ ବୁଦ୍ଧିକୁ ଆହୁରି ତୀକ୍ଷ୍ମ କରିବାରେ ସାହାଯ୍ୟ କରନ୍ତୁ।
ସମାନତା ଖୋଜି ପାଇଲେ? ଗୋଟାଏ ରେସିଂ କାର୍ ଏବଂ ଘୂର୍ଣ୍ଣି ବାତ୍ୟା ଭିତରେ ଥିବା ସମାନତା ହେଉଛି ସେ ଦୁଇଟି ଯାକ ଗୋଟାଏ ନିର୍ଦ୍ଦିଷ୍ଟ ଗୋଲାକାର ଅଞ୍ଚଳରେ ଦୃଶ୍ୟମାନ ହୁଅନ୍ତି। ରେସ୍ କାର୍ଟି ଯେପରି ଟଣାଯାଇଥିବା ଗୋଲେଇ ଗାର ଭିତରେ ଘୂରି ବୁଲିଥାଏ ଘୂର୍ଣ୍ଣି ବାତ୍ୟା ବି ଠିକ୍ ସେମିତି ଗୋଲାକାର୍ ଭାବେ ଦୃଶ୍ୟମାନ ହୋଇଥାଏ।
ସେହିପରି ଗୋଟାଏ ଜୋତା ଏବଂ ପେନ୍ସିଲ୍ ଭିତରର ସମାନତା ହେଉଛି ସେମାନେ ସମତଳ ପୃଷ୍ଠରେ ଚାଲିବା ବେଳେ ନିଜର ଦାଗ ଛାଡ଼ି ଯାଆନ୍ତି।