ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ସୁନନ୍ଦା ପୁୁଷ୍କର ମୁତ୍ୟୁ ଘଟଣାର ତଦନ୍ତ କରି ଦିଲ୍ଲୀ ପୁଲିସ ଅଦାଲତରେ ଦାଖଲ କରିଥିବା ଚାର୍ଜସିଟ୍କୁ ଆଜି ବିଚାର ପାଇଁ ଗ୍ରହଣ କରିଛି ଦିଲ୍ଲୀର ଏକ କୋର୍ଟ। ଏଥିସହ ସୁନନ୍ଦା ପୁୁଷ୍କର ମୁତ୍ୟୁ ଘଟଣାରେ ଦିଲ୍ଲୀ ପୁଲିସ୍ ଦାଖଲ କରିଥିବା ଚାର୍ଜସିଟ୍ରେ ଦୋଷୀ ସାବ୍ୟସ୍ତ କରିଥିବା କଂଗ୍ରେସ ନେତା ଶଶି ଥରୁର୍ଙ୍କୁ ଆସନ୍ତା ଜୁଲାଇ ୭ ତାରିଖରେ କୋର୍ଟରେ ହାଜର ହେବା ପାଇଁ ଦିଲ୍ଲୀର ପାତିଆଲା ହାଉସ୍ କୋର୍ଟ ସମନ୍ ଜାରି କରିଥିବା ଜାଣିବାକୁ ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ଦିଲ୍ଲୀର ଏକ ପଞ୍ଚତାରକା ହୋଟେଲ ଲୀଲା ପ୍ୟାଲେସର ୩୪୫ ନମ୍ବର ରୁମ୍ରେ କଂଗ୍ରେସ ନେତା ଶଶି ଥରୁର୍ଙ୍କ ପତ୍ନୀ ସୁନନ୍ଦା ପୁୁଷ୍କରଙ୍କର ଗତ ୧୭ ଜାନୁଆରି ୨୦୧୪ରେ କେତେକ ସନ୍ଦେହଜନକ ପରିସ୍ଥିତିରେ ମୁତ୍ୟୁ ଘଟିଥିଲା। ପ୍ରଥମେ ଏହାକୁ ଏକ ହତ୍ୟା ଘଟଣା ବୋଲି ସନ୍ଦେହ କରି ଦିଲ୍ଲୀ ପୁଲିସ୍ ତଦନ୍ତ ଆରମ୍ଭ କରିଥିଲା। ତେବେ, ଦୀର୍ଘ ୪ ବର୍ଷ ଧରି ତଦନ୍ତ କରିବା ପରେ ଦିଲ୍ଲୀ ପୁଲିସ୍ ଜାଣିବାକୁ ପାଇଥିଲା ଯେ ଏହା ଏକ ହତ୍ୟା ଘଟଣା ନୁହେଁ ବରଂ ଏକ ଆତ୍ମହତ୍ୟା ଘଟଣା। ମାତ୍ରାଧିକ ନିଦ ବଟିକା ସେବନ କରି ସୁନନ୍ଦା ଆତ୍ମହତ୍ୟା କରିଥିବା ଦିଲ୍ଲୀ ପୁଲିସ୍ ତଦନ୍ତରୁ ଜାଣିବାକୁ ପାଇଥିଲା। ତେବେ, ସୁନନ୍ଦାଙ୍କୁ ଆତ୍ମହତ୍ୟା ପାଇଁ ତାଙ୍କ ପତି ଶଶି ଥରୁର୍ ତାଙ୍କୁ ବାଧ୍ୟ କରିଥିବାରୁ ଶେଷରେ ସୁନନ୍ଦା ଆତ୍ମହତ୍ୟା କରିଥିବା ଦିଲ୍ଲୀ ପୁଲିସ୍ ତଦନ୍ତ କାଳରେ ଜାଣିବାକୁ ପାଇବା ପରେ ସୁନନ୍ଦାଙ୍କ ଆତ୍ମହତ୍ୟା ଘଟଣାରେ ଶଶି ଥରୁର୍ଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ତାଙ୍କ ବିରୋଧରେ କୋର୍ଟରେ ଚାର୍ଜସିଟ୍ ପ୍ରସ୍ତୁତ କରି କୋର୍ଟରେ ଦାଖଲ କରିଥିଲା।