ଦ୍ୱିତୀୟ ପର୍ଯ୍ୟାୟ ମେଡିକାଲ କାଉନସେଲିଂ : ସର୍ବଭାରତୀୟ କୋଟାରୁ ଫେରିଲା ୯୦ ସିଟ୍, ଆଜି ପ୍ରକାଶ ପାଇବ ଖାଲି ସିଟ୍ ତାଲିକା
ଭୁବନେଶ୍ୱର : ରାଜ୍ୟରେ ଥିବା ସରକାରୀ ଓ ଘରୋଇ ମେଡିକାଲରେ ଖାଲିଥିବା ସିଟ୍ ପାଇଁ ଦ୍ୱିତୀୟ ପର୍ଯ୍ୟାୟ କାଉନ୍ସେଲିଂ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟ କାଉନସେଲିଂରେ ପଞ୍ଜୀକରଣ କରି ନଥିବା ଓ ଏମ୍ଆର୍ଆଇ ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ ଆଜି ସର୍ବଭାରତୀୟ କୋଟାରୁ ବଳିଥିବା ସିଟ୍ ଫେରିଛି। ରାଜ୍ୟର ୧୬୭ଟି ଏମ୍ବିବିଏସ୍ ଓ ବିଡିଏସ୍ ସିଟ୍ ପାଇଁ ସର୍ବଭାରତୀୟ କୋଟାର ନାମଲେଖା ହେଉଥିଲା। ସେଥିରୁ ୯୦ଟି ସିଟ୍ ଫେରିଥିବା ସୂଚନା ମିଳିଛି। କେଉଁ କଲେଜରେ କେତେ ସିଟ୍ ଫେରିଛି ତାହାର ରିପୋର୍ଟ ଏପର୍ଯ୍ୟନ୍ତ ମିଳିନାହିଁ। ତେବେ ଶୁକ୍ରବାର ପୂର୍ବାହ୍ଣରେ ସର୍ବଭାରତୀୟ କୋଟାରୁ ଫେରିଥିବା ସିଟ୍ ସମେତ ରାଜ୍ୟ କୋଟାରେ ଖାଲିଥିବା ସିଟ୍କୁ ମିଶାଇ ତାଲିକା ବାହାରିବ ବୋଲି ଓଜେଇଇ ପକ୍ଷରୁ କୁହାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଅଗଷ୍ଟ ୧୦ରେ ସଂଶୋଧିତ ମେଧା ତାଲିକା ପ୍ରକାଶ ପାଇବ। ୧୦ ଓ ୧୧ ତାରିଖରେ ଛାତ୍ରଛାତ୍ରୀ ଚଏସ୍ ଲକିଂ ଓ ଚଏସ୍ ଫିଲିଂ କରିବେ। ୧୩ରୁ ୧୮ ତାରିଖ ମଧ୍ୟରେ ଭୁବନେଶ୍ୱର ଓଜେଇଇ ସେଲ୍ରେ ନାମଲେଖା ହେବ। ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପରେ ଯଦି ସିଟ୍ ଖାଲି ରହିବ ତେବେ ଅଗଷ୍ଟ ୨୧ ଓ ୨୨ରେ ସ୍ପଟ୍ ତଥା ମପ୍ ଅପ୍ କାଉନ୍ସେଲିଂ ଅନୁଷ୍ଠିତ ହେବ। ଅଗଷ୍ଟ ୨୬ ସୁଦ୍ଧା ଛାତ୍ରଛାତ୍ରୀ ମେଡିକାଲ କଲେଜରେ ଯୋଗଦେବାକୁ କୁହାଯାଇଛି। ସେପ୍ଟେମ୍ବର ୧ରୁ ପାଠପଢ଼ା ଆରମ୍ଭ ହେବ।
ଓଜେଇଇ େଓ୍ଵବସାଇଟ୍ ତଥ୍ୟ ଅନୁଯାୟୀ ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ କଟକସ୍ଥିତ ଏସ୍ସିବି ମେଡିକାଲ କଲେଜର ୨୦୩, ବ୍ରହ୍ମପୁରସ୍ଥିତ ଏମ୍କେସିଜିର ୨୦୧, ସମ୍ବଲପୁରସ୍ଥିତ ବୁର୍ଲା ମେଡିକାଲ କଲେଜର ୧୨୦, ବାରିପଦା ମେଡିକାଲ କଲେଜର ୭୮, କୋରାପୁଟ ମେଡିକାଲ କଲେଜର ୮୦, ବାଲେଶ୍ୱର ମେଡିକାଲ କଲେଜର ୮୧, ବଲାଙ୍ଗୀର ମେଡିକାଲ କଲେଜର ୮୦ଟି ଏମ୍ବିବିଏସ୍ ସିଟ୍ ପୂରଣ ହୋଇଛି। ଭୁବନେଶ୍ୱର ହାଇଟେକ୍ ମେଡିକାଲ କଲେଜର ୪୩ଟି ଏମ୍ବିବିଏସ୍ ସିଟ୍ ପୂରଣ ହୋଇଥିବା ଜଣାପଡ଼ିଛି। କଟକସ୍ଥିତ ଏସ୍ସିବି ଡେଣ୍ଟାଲ କଲେଜର ୩୨ ଓ ହାଇଟେକ୍ ଡେଣ୍ଟାଲ କଲେଜର ୪ଟି ସିଟ୍ ପୂରଣ ହୋଇଛି।