ରଣବୀର-ଦୀପିକାଙ୍କ ବିବାହ ସଂପର୍କରେ ଏସବୁ କଥା ଜାଣନ୍ତି କି? ନିର୍ଦ୍ଧାରଣ କରାଯାଇଛି ଏହି ନିୟମ

ମୁମ୍ବାଇ: ଅଭିନେତ୍ରୀ ଦୀପିକା ପାଦୁକୋନ ଓ ଅଭିନେତା ରଣବୀର ସିଂହଙ୍କ ପକ୍ଷରୁ ସେମାନଙ୍କ ବିବାହ ତାରିଖକୁ ନେଇ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନଥିଲେ ବି ସେମାନେ ନଭେମ୍ବରରେ ବିବାହ କରିପାରନ୍ତି ବୋଲି ପ୍ରଶଂସକମାନେ ଅନୁମାନ ଲଗାଇଛନ୍ତି। ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କ ପରି ଏହି ଦୁଇ ଜଣ ବି କୁଆଡ଼େ ଇଟାଲୀରେ ବିବାହ କରିବେ ବୋଲି ସୂଚନା ରହିଛି।

ସବୁଠାରୁ ମଜା କଥା ହେଉଛି ରଣବୀର ଓ ଦୀପିକାଙ୍କ ବିବାହକୁ ନେଇ ଏକ ନିୟମ ନିର୍ଦ୍ଧାରଣ କରାଯାଇଛି। ନିୟମଟି ହେଉଛି ବିବାହକୁ ଯାଉଥିବା ଅତିଥିମାନେ ମଣ୍ଡପ ଭିତରକୁ ନିଜ ନିଜର ଫୋନ୍‌ ଧରି ଯିବେ ନାହିଁ। ଫୋନ୍‌ ସାଥିରେ ଧରି ଗଲେ ବିବାହର ଗୋପନୀୟତା ହ୍ରାସ ପାଇବ। ରଣବୀର-ଦୀପିକା ନିଜ ବିବାହର ଦୃଶ୍ୟ ଗୁପ୍ତ ରଖିବା ପାଇଁ ଏପରି ନିୟମ ବାହାର କରିଥିବା ଶୁଣାଯାଏ। ମାତ୍ର କେତେ ଜଣ ଅତିଥି ଏହି ନିୟମକୁ ମାନି ଚଳୁଛନ୍ତି ତାହା ଦେଖିବା ବାକି ରହିଲା!

ରଣବୀରଙ୍କ ଘନିଷ୍ଠ ବନ୍ଧୁ ଅର୍ଜୁନ କପୁର ଓ ଦୀପିକାଙ୍କ ଅଲ୍‌ଟାଇମ୍‌ ମେଣ୍ଟର୍‌ ଶାହାରୁଖ ଖାନ ଏହି ବିବାହ ଉତ୍ସବରେ ନିଶ୍ଚୟ ଯୋଗ ଦେବେ ବୋଲି ସୂଚନା ରହିଛି। ବିବାହକୁ ସୀମିତ କିଛି ଘନିଷ୍ଠ ସଂପର୍କୀୟ ଯିବେ। ତା’ପରେ ସେମାନେ ମୁମ୍ବାଇ ଓ ବେଙ୍ଗାଲୁରୁ ସହରରେ ନିଜ ରିପେପସନ୍‌ ପାର୍ଟି ଦେବେ।

ସମ୍ବନ୍ଧିତ ଖବର