ଦୀପିକା ପାଦୁକୋନଙ୍କୁ ବିବାହ କରିବା ପରେ ରଣବୀରଙ୍କୁ ମିଳିଲା ଏହି ଖବର

ମୁମ୍ବାଇ : ଆଜି ବଲିଉଡ୍‌ର ବାଜିରାଓ-ମସ୍ତାନୀ ଆନୁଷ୍ଠାନିକ ଭାବରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଦୁହିଁଙ୍କ ବିବାହ ସମୟର କିଛି ଫଟୋ ଏ ପର୍ଯ୍ୟନ୍ତ ସାମ୍ନାକୁ ଆସି ନଥିଲେ ମଧ୍ୟ ବିବାହ ସମ୍ପନ୍ନ ହେବା ଖବର ସମସ୍ତଙ୍କୁ ଖୁସି କରାଇଛି । ତେବେ ବିବାହ ପରେ ପରେ ଅଭିନେତା ରଣବୀର ସିଂହଙ୍କୁ ଏକ ଖରାପ ଖବର ମିଳିଥିବା ଜଣା ପଡ଼ିଛି ।

ସୂଚନା ମୁତାବକ,ରଣବୀରଙ୍କ ଅଭିନୀତ ଫିଲ୍ମ ‘ସିମ୍ବା’ ଉପରେ ଏକ ପାନୀୟ କମ୍ପାନୀ ଗମ୍ଭୀର ଆରୋପ ଲଗାଇଥିବା ଜଣାପଡ଼ିଛି । ଫିଲ୍ମଟି ପାନୀୟ କମ୍ପାନୀର ଟ୍ରେଡ଼୍‍ମାର୍କର ଉଲ୍ଲଙ୍ଘନ କରିଥିବାରୁ ପ୍ରଯୋଜନା ସଂସ୍ଥାକୁ ଦିଲ୍ଲୀ ହାଇକୋର୍ଟ ଜରିଆରେ ଜବାବ ତଲବ କରିଛି କମ୍ପାନୀ । କମ୍ପାନୀ ତରଫରୁ ପିଟିସନ ଦାୟର କରାଯିବା ପରେ ହାଇକୋର୍ଟ ପ୍ରଯୋଜନା ସଂସ୍ଥାକୁ ଏହାର ଜବାବ ଦେବା ପାଇଁ କହିଛି । ଡ଼ିସେମ୍ବର ୪ସୁଦ୍ଧା ଏ ନେଇ ସ୍ପଷ୍ଟୀକରଣ ନ ଦିଆଗଲେ ମାମଲାଟି ଅଦାଲତକୁ ଯିବ ବୋଲି ଦିଲ୍ଲୀ ହାଇକୋର୍ଟ ତରଫରୁ କୁହାଯାଇଛି ।

NewsX

ପାନୀୟ କମ୍ପାନୀର ଅଭିଯୋଗ ଅନୁଯାୟୀ ଫିଲ୍ମରେ ବିନା ଅନୁମତିରେ ତାଙ୍କ ରେଜିଷ୍ଟାର୍ଡ ଟ୍ରେଡ଼୍‍ମାର୍କକୁ ବ୍ୟବହାର କରାଯାଇଛି । ତାଙ୍କ ଟ୍ରେଡ଼୍‍ମାର୍କ ଥିବା ବିୟର,ପାଣି ଏବଂ ମୃଦୁ ପାନୀୟକୁ ଫିଲ୍ମରେ ବିନା ଅନୁମତିରେ ବ୍ୟବହାର କରାଯାଇଛି । ତେବେ ଏ ନେଇ ରୋହିତ ସେଟ୍ଟୀଙ୍କ ପ୍ରଯୋଜନା ସଂସ୍ଥା ତରଫରୁ କ’ଣ ଉତ୍ତର ରଖାଯାଉଛି, ତା’ଉପରେ ଏବେ ସମସ୍ତଙ୍କ ନଜର ।

ସମ୍ବନ୍ଧିତ ଖବର