ଭୁବନେଶ୍ବର : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି)ର କୁଳପତି ଡ. ସୁରେନ୍ଦ୍ରନାଥ ପଶୁପାଳକଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ କରିବାକୁ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ରାଜଭବନରୁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶନାମା ପଠାଯାଇଛି । ରାଜ୍ୟ ଭିଜିଲାନ୍ସ ବିଭାଗ ଦ୍ବାରା ତଦନ୍ତ କରି ୬ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ରାଜଭବନରୁ ଆସିଥିବା ଚିଠିରେ କୁହାଯାଇଛି ଯେ, କୁଳପତି ଡ. ପଶୁପାଳକ ନିଜ ବ୍ୟକ୍ତିଗତ ଫାଇଦା ପାଇଁ ରେକର୍ଡ ପତ୍ରକୁ ଏପଟସେପଟ କରିବା, ଓୟୁଏଟିର କୃଷି ବିଜ୍ଞାନ କେନ୍ଦ୍ରେର ନିଯୁକ୍ତି ପାଇଁ ତ୍ରୁଟିପୂର୍ଣ୍ଣ ବିଜ୍ଞାପନ ଦେବା ଏବଂ ନିଜ ପଦର ଦୁରୁପଯୋଗ କରି ଅହେତୁକ ବ୍ୟକ୍ତିଗତ ସୁବିଧା ହାସଲ କରିବା ଭଳି ଅଭିଯୋଗ ଆସିଛି। ବିଶ୍ବବିଦ୍ୟାଳୟର ପୂର୍ବତନ ସହ-କୁଳସଚିବ ପି.କେ ଜେନାଙ୍କ ପିଟିସନକୁ ବିଚାର କରି ରାଜ୍ୟପାଳ ଏହି ନିର୍ଦେଶ ଦେଇଛନ୍ତି। ଶ୍ରୀ ଜେନା ଏହି ପିଟିସନ ବିଶ୍ବବିଦ୍ୟାଳୟର ପ୍ରୋ-ଚାନସେଲର ତଥା କୃ୍ଷି ମନ୍ତ୍ରୀଙ୍କୁ ଦେଇଥିବା ବେଳେ ମନ୍ତ୍ରୀ ଏହାକୁ କୁଳାଧିପତିଙ୍କ ନିକଟକୁ ପଠାଇ ଦେଇଥିଲେ।