ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କୁ କେନ୍ଦ୍ରର ଅବହେଳା ନେଇ ଦସ୍ତଖତ ଅଭିଯାନ

ପାଟଣାଗଡ଼: ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ଛାତ୍ରବୃତ୍ତିରେ ଅବହେଳାକୁ ନେଇ କେନ୍ଦ୍ର ସରକାର ବିରୋଧରେ ବିଜୁ ଯୁବ ଛାତ୍ର ପକ୍ଷରୁ ପାଟଣାଗଡ଼ ଏନଏସି ଛକ ଠାରେ ଏକ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି। ପୂର୍ବରୁ କେନ୍ଦ୍ରରୁ ୯୦ ପ୍ରତିଶତ ଛାତ୍ରବୃତ୍ତି ଆସୁଥିବା ବ‌େଳେ ବର୍ତ୍ତମାନ ୨୦ ପ୍ରତିଶତରେ ସୀମିତ ରଖିଥିବା, ତାହା ମଧ୍ୟ ଠିକ ସମୟରେ ଆସୁ ନ ଥିବା, ଧାର୍ଯ୍ୟ ସମୟରେ କେନ୍ଦ୍ର ଅଂଶଧନ ପ୍ରଦାନ କରୁ ନ ଥିବା, ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପାଇଁ କେନ୍ଦ୍ର ସରକାରର ଆନ୍ତରିକତାର ଅଭାବ ଆଦିକୁ ଦର୍ଶାଇ ଏହି ଦସ୍ତଖତ ଅଭିଯାନ କରା ଯାଇଥିଲା। ପାଟଣାଗଡ଼ ବ୍ଲକ ଯୁବ ବିଜେଡି ସଭାପତି ଆଲୋକ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଦସ୍ତଖତ ଅଭିଯାନରେ ଅନ୍ୟମାନଙ୍କ ମଧ୍ୟରେ ଡା. ଅମିତାଭ ପୃଷ୍ଟି, ଇନ୍ଦୁଭୂଷଣ ଠାକୁର, ପ୍ରଶାନ୍ତ ମେହେର, ପ୍ରତାପ ମେହେର, ଜୟନ୍ତ ମେହେର, ରିଙ୍କୁ ପୁରୋହିତ, ବୁଦ୍ଧଦେବ ସହୁ, ଚନ୍ଦ୍ରକାନ୍ତି ମେହେର, ଅଜିତ, କୀର୍ତ୍ତି ସାହୁ, ଗୋବିନ୍ଦ ବାରିକ, ହଲୁ ସୁନା, ଶଙ୍କର ସାହୁ, ଶେଷଦେବ ମ‌େହେର ପ୍ରମୁଖଙ୍କ ସହ ବହୁ ଛାତ୍ରଛାତ୍ରୀ ଦସ୍ତଖତ ଦେଇଥିଲେ।

ସମ୍ବନ୍ଧିତ ଖବର