ଏଲ୍‌୍‌ଓସିରେ ଉତ୍ତେଜନା ଭାରତୀୟ ପୋଷ୍ଟ ଉପରେ ପାକ୍‌ ଗୁଳିବର୍ଷା

ଶ୍ରୀନଗର: ଜମ୍ମୁ କଶ୍ମୀରର ନୌସେନା ସେକ୍ଟରରେ ଆଜି ପାକିସ୍ତାନୀ ସେନା ଭାରତର ଆଗୁଆ ପୋଷ୍ଟ୍‍ଗୁଡ଼ିକ ଉପରେ ଗୁଳିବର୍ଷା କରିଛି । ଆଜି ପୂର୍ବାହ୍ନରେ ପାକ୍‌ ସେନା ପ୍ରାୟ ୧ ଘଣ୍ଟା ଧରି ସ୍ୱୟଂ ଚାଳିତ ବନ୍ଧୁକରୁ ଗୁଳିବର୍ଷା କରିଥିବା ବେଳେ ଭାରତର ଆଗୁଆ ସତର୍କତା ପଦକ୍ଷେପ ଯୋଗୁଁ କୌଣସି କ୍ଷୟକ୍ଷତି ଘଟିନାହିଁ। ପୂର୍ବାହ୍ନ ୯ଟାରୁ ଆରମ୍ଭ ହୋଇଥିବା ଗୁଳିମାଡ଼ ୧୦ଟା ପର୍ଯ୍ୟନ୍ତ ଚାଲିଥିଲା ଏବଂ ଭାରତୀୟ ସେନା ଏହାର କଡ଼ା ଜବାବ ଦେବାପରେ ପାକିସ୍ତାନର ବନ୍ଧୁକ ନିରବୀ ଯାଇଥିଲା। ପାକିସ୍ତାନର ଏହି ଅସ୍ତ୍ରବିରତି ଉଲ୍ଲଂଘନ ପରେ ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ରୋକିବା ପାଇଁ ସର୍ବାଧିକ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଥିଲା। ଗତ ୨୩ ତାରିଖ ଦିନ ପାକିସ୍ତାନ ସେନାର ବ୍ୟାଟ୍‌ ଟିମ୍‌ ଅତର୍କିତ ଆକ୍ରମଣ କରି ଭାରତୀୟ ସେନାର ଜଣେ ମେଜର ଓ ୩ ଜଣ ଯବାନଙ୍କୁ ହତ୍ୟା କରିବା ପରେ ଭାରତ ଏହାର ଜାବାବୀ କାର୍ଯ୍ୟାନୁଷ୍ଠାନରେ ୫ ପାକ୍‌ ସୈନିକଙ୍କୁ ନିପାତ କରିଥିଲା। ଏହାପରେ ଏଲ୍‌ଓସି ସ୍ଥିତି ତୀବ୍ର ଉତ୍ତେଜନାପୂର୍ଣ୍ଣ ରହିଛି । ପୁଞ୍ଚ ଜିଲ୍ଲାର ଶାହପୁର ସେକ୍ଟରରେ ନିୟନ୍ତ୍ରଣ ରେଖାର ୨ କିମି ଭିତରେ ଥିବା ଗ୍ରାମଗୁଡ଼ିକୁ ପାକ୍‌ ସେନା ଟାର୍ଗେଟ କରୁଥିବାରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଛି ।

ସମ୍ବନ୍ଧିତ ଖବର