ନୂଆବର୍ଷ ପାଇଁ ହେ‌ାଟେଲରେ ବ୍ୟାପକ ପ୍ରସ୍ତୁତି; କ୍ୟାଣ୍ତେଲ ଲାଇଟ୍‌ ଡିନର, ସାନ୍ତାକ୍ରଜ୍‌ କରିବ ଖାଦ୍ୟ ପରିବେଷଣ

କଟକ: ଏଥର ହେବନି ଜିରୋ ନାଇଟ୍‌ ସେଲିବ୍ରେସନ୍‌। କରୋନା ଯୋଗୁଁ ଫିକା ପଡ଼ିବ ନୂଆବର୍ଷ। ଜିରୋ ନାଇଟ୍‌ରେ ଫାଙ୍କା ପଡ଼ିବ କ୍ଳବ। ଯେଉଁଠି ଜିରୋ ନାଇଟ୍‌ରେ ରାତି ତମାମ୍‌ ସହରବାସୀ ନାଚଗୀତରେ ମସଗୁଲ୍ ହୋଇ ରହିଥାନ୍ତି ତାହା ବି ଚଳିତବର୍ଷ ‌ଦେଖିବାକୁ ମିଳିବ ନାହିଁ। ହେଲେ ଏହି ଜିରୋ ନାଇଟ୍‌ ସେଲିବ୍ରେସନ୍‌କୁ କିଛି ନିଆରା ଢ଼ଙ୍ଗରେ ମନାଇବାକୁ ହୋଟେଲ୍‌ ଗୁଡ଼ିକ ତତ୍ପର ହୋଇ ପଡ଼ିଥିବା ଦେଖିବାକୁ ମିଳିଛି। ପୂର୍ବବର୍ଷ ପରି ଗହଳି ନ ହେଲେ ସତ କୋଭିଡ଼ ଗାଇଡ଼ ଲାଇନ ଅନୁଯାୟୀ ହୋଟେଲ ମାନଙ୍କରେ ହେବ ସେଲିବ୍ରେସନ ଓ ତା’ ସାଙ୍ଗକୁ ନୂଆବର୍ଷର ଢ଼େର ସାରା ଅଫର।

Sambad

କେଉଁଠି ହୋଟେଲରେ ଲୋକ ସଂଖ୍ୟା କମା ଯାଇଛି, କେଉଁଠି ଆଗୁଆ ବୁକିଙ୍ଗ ସୁବିଧା କରାଯାଇଛି ତ କେଉଁଠି ରହିଛି ଭଳି କି ଭଳି ଅଫର ରହିଛି। ତେବେ ନୂଆବର୍ଷ ବା ଜିରୋ ନାଇଟ୍‌କୁ ଆଉ ମାତ୍ର ଦୁଇ ଦିନ ରହିଥିବାବେଳେ ସହରରେ ଥିବା ଛୋଟରୁ ବଡ଼ ହୋଟେଲ ଗୁଡ଼ିକ କୋଭିଡ ଗାଇଡଲାଇଡ଼ ଅନୁଯାୟୀ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

Sambad

ପ୍ରଥମ କରି ସାଣ୍ଟା ଖୁଆଇବ ଖାଦ୍ୟ
ପୂର୍ବ ବର୍ଷ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଭାବେ ସେଲିବ୍ରେସନ କରାଯିବ। ୪୫ ଜଣ ଅତିଥିଙ୍କୁ ସେଦିନ କେବଳ ହୋଟେଲରେ ସୁଯୋଗ ମିଳିବ। ଏଥି ପାଇଁ ଆଗୁଆ ବୁକିଙ୍ଗ ସୁବିଧା ରହିଛି। ୩୧ ତାରିଖ ରାତି ୧୨ ପର୍ଯ୍ୟନ୍ତ ହୋଟେଲ ଖୋଲା ରହିବ। ହୋଟେଲକୁ ସମ୍ପୂର୍ଣ୍ଣ ଭାବେ ସଜା ଯିବ। ଏହାସହ କ୍ୟାଣ୍ତେଲ ଲାଇଟ ଡ଼ିନର ବ୍ୟବସ୍ଥା ରହିଛି। ଲାଇଭ ଟ୍ରାକ୍‌ ମ୍ୟୁଜିକ ବଦଳରେ ଇଷ୍ଟ୍ରୁମେଣ୍ଟାଲ ମ୍ୟୁଜିକ୍‌ ରହିବ। ଫିଜନ୍‌ କିଚେନ୍‌ର ବିିଭିନ୍ନ ନୂଆ ପ୍ରକାରର ଡ଼ିସେସ୍‌ ରହିଛି। ନୂଆ କରି ରୋବାଟ୍‌ ଗ୍ରାହକଙ୍କୁ ଖାଦ୍ୟ ସର୍ଭ କରିବାର ବ୍ୟବସ୍ଥା ରହିଛି। ଏହି ସବୁ ସୁବିଧା ୩୧ ତାରିଖ ଠାରୁ ଆରମ୍ଭ କରାଯାଇ ଏକ ସପ୍ତାହ ଯାଏ ରହିବ।
ନୂପୁର ମହାନ୍ତି, ନିର୍ଦ୍ଦେଶକ, ଗ୍ରାଣ୍ତ ରେସିଣ୍ତେନ୍ସି

Sambad

ୱେଟିଙ୍ଗ ହଲ ଓ କମ୍ପ୍ଲିମେଣ୍ଟାରି ୱେଲକମ୍‌ ଡ଼୍ରିଙ୍କ ବ୍ୟବସ୍ଥା
ନୂଆବର୍ଷ ଦିନଠାରୁ ଏକ ସପ୍ତାହ ପର୍ଯ୍ୟନ୍ତ ହୋଟେଲରେ ଗ୍ରାହକଙ୍କ ପାଇଁ କୋଭିଡ଼ ଯୋଗୁଁ ୱେଟିଙ୍ଗ ହଲ ବ୍ୟବସ୍ଥା କରାଯାଇଛି। ଫଳରେ ଏହା ଭିଡ଼ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବ। ଏବଂ ଏହାସହ କମ୍ପ୍ଲିମେଣ୍ଟାରି ଭାବେ ୱେଲକମ୍‌ ଡ଼୍ରିଙ୍କ ଓ ଡେସର୍ଟର ବ୍ୟବସ୍ଥା ରହିଛି। ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ହୋଟେଲକୁ ସଜା ଯିବ।
ଉମାକାନ୍ତ ପରିଡ଼ା, ମ୍ୟ‌ାନେଜର, ଶୀତଲ ହୋଟେଲ

Sambad

ମାଟି ହାଣ୍ତି ଲାଲ୍‌ ମାଂସ ସ୍ପେସାଲ, ଖାଦ୍ୟ ଉ‌ପରେ ୧୦ ପ୍ରତିଶତ ରିହାତି
ହୋଟେଲର ରୁମ୍‌ ଉପରେ ଖାସ କରି ନୂଆବର୍ଷ ପାଇଁ ୨୦ ପ୍ରତିଶତ ରିହାତି ରହିଛି। ଏହାସହ ଖାଦ୍ୟ ଉପରେ ମଧ୍ୟ ୧୦ ପ୍ରତିଶତ ରିହାତି ରହିଛି। ଖାଦ୍ୟରେ ବାମ୍ବୋ ଦମ୍‌ ମଟନ ବିରିୟାନୀ, ଚିକେନ୍‌ କବାବ୍‌, ପୁରା ୱାଲା ଭେଟ୍‌କି, ଇଲିସି ସ୍ପେଶାଲ, କ୍ରାବ୍‌ ସ୍ପେଶାଲ, ଲବ୍‌ଷ୍ଟର, ମାଟି ହାଣ୍ତି ଲାଲ୍‌ ମାଂସ ମୁଖ୍ୟତଃ ସ୍ପେଶାଲ ରହିଛି। ଗ୍ରାହକଙ୍କୁ ଅଧିକ ଆକର୍ଷିତ କରିବା ପାଇଁ ସମ୍ପୂର୍ଣ୍ଣ ହୋଟେଲକୁ ସଜା ଯିବ। ଏହା ୩୧ ତାରିଖ ଠାରୁ ଏକ ସପ୍ତାହ ପର୍ଯ୍ୟନ୍ତ ରହିବ।
ଅଭୟ କୁମାର ପରିଡ଼ା, ମାଲିକ, ବିଏନ୍‌ସନ୍‌ ବ୍ଲୁ

Sambad

ତନ୍ଦୁରୀ ପାମ୍ପଲେଟ୍‌ ନୂଆ କରି ରହିଛି
ଗ୍ରାହକ ମାନଙ୍କ ପସନ୍ଦ ଅନୁଯାୟୀ ହେ‌ାଟେଲରେ ଭଳି କି ଭଳି ନୂଆ ଖାଦ୍ୟ ରହିଛି। ୩୧ ତାରିଖ ଠାରୁ ଏକ ସପ୍ତାହ ପର୍ଯ୍ୟନ୍ତ ହୋଟେଲକୁ ଭିଲେଜ ଥିମ୍‌ରେ ସଜା ଯିବ। ଏବଂ ଗ୍ରାହକଙ୍କୁ ପିତଳ ଦ୍ରବ୍ୟରେ ଖାଦ୍ୟ ସର୍ଭ କରାଯିବ। ନୂଆବର୍ଷ ମଧ୍ୟରେ ତାୱା ପାମ୍ପଲେଟ୍‌, ତନ୍ଦୁରୀ ପାମ୍ପଲେଟ୍‌, ତନ୍ଦୁରୀ ଲବ୍‌ଷ୍ଟର ଓ ଲବଷ୍ଟର ବଟ ମସଲା ରହିଛି। ଏହାସହ କମ୍ପ୍ଲିମେଣ୍ଟାରି ଆଇସକ୍ରିମ ରହିଛି। ଖାଦ୍ୟ ଉପରେ ରିହାତି ମଧ୍ୟ ରହିଛି।
ଭାନୁପ୍ରକାଶ ମହାପାତ୍ର
ମ୍ୟାନେଜର, ଆଦିତ୍ୟ ସ୍ପାଇସ୍‌ ହୋଟଲ

Sambad

ଜଙ୍ଗଲି ମଟନ୍, ଚପଲ୍ଲି କବାବ୍
ନୂଆବର୍ଷ ପାଇଁ ଭଳି କି ଭଳି ନୂଆ ଭେରାଇଟିର ଖାଦ୍ୟ ସ୍ପେସାଲ ରହିଛି। ଯେପରି ଜଙ୍ଗଲି ମଟନ୍‌ ବିରିୟାନୀ, ମଟନ୍‌ ଚପଲ୍ଲି କବାବ୍‌, ସରଷୋ ଅର୍‌ ଲେହ୍‌ସୁନି ୱାଲି ମଚ୍ଛି ଟିକା, ତନ୍ଦୁରୀ ଜିଙ୍ଘା ଡ଼ିସେସ୍‌ ରହିଛି। ଏହା ଏକ ସପ୍ତାହ ପର୍ଯ୍ୟନ୍ତ ରହିବ।
ମହମ୍ମଦ ଅସରଫ୍‌ ଅଲ୍ଲି
ମ୍ୟାନେଜର, ଗୋଲ୍‌ଡ଼େନ୍‌ ସ୍ପୁନ୍‌

Sambad

ଫ୍ରାଏଡ଼ ପମ୍ପଫ୍ରେଟ୍‌ ଉଇଥ୍‌ ହଟ୍‌ ଗାର୍ଲିକ୍‌ ସ୍ପେସାଲ

ନୂଆବର୍ଷ ପାଇଁ ଖାଦ୍ୟ ସ୍ପେସାଲ ରହିଛି। ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ହୋଟେଲକୁ ସମୂର୍ଣ୍ଣ ଭାବେ ସଜା ଯିବ। ଏହାସହ ମଙ୍ଗୋଲିଆନ୍‌ ଚିକେନ୍‌, ଫ୍ରାଏଡ଼ ପମ୍ପଫ୍ରେଟ୍‌ ଉଇଥ୍‌ ହଟ୍‌ ଗାର୍ଲିକ୍‌, କୁଲାମ୍ବୋ ଚିକେନ୍‌, ମଟନ ବିରିୟାନୀ ଓ ଚିକେନ୍‌ ବିରିୟାନୀ ସ୍ପେସାଲ ରହିଛି। ଏହା ଏକ ସପ୍ତାହ ଧରି ଜାରି ରହିବ।
ଦୀପକ୍‌ ବାଗ୍‌
ମହାବୀର ଗ୍ୟାଲେକ୍ସି

 

ସମ୍ବନ୍ଧିତ ଖବର