ନୂଆଦିଲ୍ଲୀ: ଆପଲ କମ୍ପାନି ଘଣ୍ଟା ପାଇଁ ବଞ୍ଚିଗଲା ମହିଳାଙ୍କ ଜୀବନ | ଆପଲ ଘଣ୍ଟା ଜରିଆରେ ହୃଦ ସ୍ପନ୍ଦନର ଗତି ଅଧିକ ହେବା ଜାଣି ମହିଳା ତୁରନ୍ତ ଡାକ୍ତରଖାନାରେ ପହଞ୍ଚିଥିଲେ | ସେଠାରେ ଡାକ୍ତର ତାଙ୍କର ପରୀକ୍ଷା କରିବା ପରେ ସେ ହୃଦଘାତର ଶିକାର ହୋଇଥିବା ଜଣାପଡ଼ିଥିଲା | ଏଭଳି ଘଟଣା ବିଷୟରେ ଜାଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ | ମିଚିଗାନର ଡିଆନ୍ ଫେନଷ୍ଟ୍ରାଙ୍କ ସହ ଘଟିଛି ଏଭଳି ଘଟଣା |
Sambad is now on WhatsApp
Join and get latest news updates delivered to you via WhatsApp
ଡିଆନ୍ ଫେନଷ୍ଟ୍ରାଙ୍କ ମୁତାବକ, ଘଟଣା ଦିନ ତାଙ୍କର ହୃଦ ସ୍ପନ୍ଦନ ଠିକ ନଥିବା ନେଇ ଆପଲ ଘଣ୍ଟା ଆଲର୍ଟ କରାଇଥିଲା | ଏହା ପରେ ସେ ନିଜ ସ୍ୱାମୀଙ୍କୁ ଫୋନ କରି ଡାକ୍ତରଙ୍କୁ ଦେଖାଇବା ଜରୁରୀ କି ବୋଲି ପଚାରିଥିଲେ | ପରେ ସ୍ୱାମୀଙ୍କ ପରାମର୍ଶକ୍ରମେ ଡିଆନ୍ ଡାକ୍ତରଖାନାରେ ପହଞ୍ଚିଥିଲେ | ସେଠାରେ ଡାକ୍ତରମାନେ ଏକ ଇକେଜି କରିଥିଲେ, ଯାହା ପ୍ରକାଶ କରିଥିଲା ଯେ ଫେନଷ୍ଟ୍ରାଙ୍କର ହୃଦଘାତ ହୋଇଥିଲା କିନ୍ତୁ ଏହା ବିଷୟରେ ସେ ଅବଗତ ନଥିଲେ।
ତେବେ ଏହା ପ୍ରଥମ ନୁହେଁ ଏହା ପୂର୍ବରୁ ଆପଲ ଘଣ୍ଟା ଠିକ ସମୟରେ ଆଲର୍ଟ କରୁଥିବାରୁ ଅନେକ ଲୋକଙ୍କ ଜୀବନ ବଞ୍ଚିଛି |