ଦେଶର କେତେକ ରାଜ୍ୟରେ ୩ୟ ଲହରର ଆଗୁଆ ସଂକେତ ଦେଖାଗଲାଣି : ଆଇସିଏମଆର ବୈଜ୍ଞାନିକ
ନୂଆଦିଲ୍ଲୀ : ଦେଶର କେତେକ ରାଜ୍ୟରେ କରୋନା ମହାମାରୀର ୩ୟ ଲହର ଆସିବାର ଆଗୁଆ ସଂକେତ ଦେଖାଗଲାଣି ବୋଲି ଭାରତୀୟ ଭେଷଜ ଗବେଷଣା ପରିଷଦର (ଆଇସିଏମଆର)ର ସଂକ୍ରାମକ ରୋଗ ବିଭାଗର ମୁଖ୍ୟ ଡଃ ସମିରନ ପଣ୍ଡା କହିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ସେ କହିଛନ୍ତି ଯେ ଆମେ ଭାବିବା ଉଚିତ ନୁହେଁ ଯେ ୩ୟ ଲହର ଆସିବାକୁ ଆହୁରି ଦୁଇତିନି ମାସ ଅଛି । କେତେକ ରାଜ୍ୟରେ ୩ୟ ଲହର ଆସିବାର ଆଗୁଆ ଲକ୍ଷଣ ଦେଖାଗଲାଣି । ଆଗକୁ ପାର୍ବଣ ଋତୁ ଥିବାବେଳେ, ଲୋକମାନେ ଯଦି କରୋନା କଟକଣା ପାଳନ ନ କରନ୍ତି ଓ ବହୁ ସଂଖ୍ୟାରେ ଗହଳି କରନ୍ତି, ତେବେ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପି ଚାଲିବ ।
ତେବେ ଡଃ ପଣ୍ଡା କହିଛନ୍ତି ଯେ, ୨ୟ ଲହର ତୁଳନାରେ ୩ୟ ଲହର ସେତେଟା ଗୁରୁତର ହେବ ନାହିଁ । କିନ୍ତୁ ଯେଉଁ ରାଜ୍ୟମାନେ ୨ୟ ଲହରରେ ସେତେଟା ପ୍ରଭାବିତ ହୋଇନଥିଲେ, ସେମାନେ ସତର୍କ ରହିବା ଉଚିତ ଓ ତରବର ହୋଇ କଟକଣା ହଟାଇବା ଉଚିତ ନୁହେଁ ।
ଶିଶୁମାନଙ୍କ ଟିକାକରଣ ଉପରେ ସେ କହିଛନ୍ତି ଯେ ତରବରିଆ ଭାବେ ଶିଶୁମାନଙ୍କ ଟିକାକରଣ କରାଯିବା ଉଚିତ ନୁହେଁ । ପ୍ରଥମ ସ୍କୁଲର ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କ ଟିକାକରଣ ଉପରେ ଗୁରୁତ୍ବ ଦିଆଯିବା ଉଚିତ ।