ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖରିଆର ରୋଡ଼ ଥାନା ଅନ୍ତର୍ଗତ ଏଲ୍ଡିପଡ଼ାର ଦୁଇଜଣ ଯୁବକଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା ଉଦ୍ୟମ ଘଟଣାରେ ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଦ୍ବୟ ହେଲେ ଏଲ୍ଡିପଡ଼ାର ରିଷି ବାଗ (୨୪ବର୍ଷ) ଓ ଆକାଶ ବାବାରିଆ (୨୫ ବର୍ଷ)।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ ସୂତ୍ରରୁ ପ୍ରକାଶ ଯେ ଗତ ୧୨ ତାରିଖ ରାତି ୭ଟା ସମୟରେ ଆମସେନା ଗ୍ରାମ ଚାଉଲମୁଣ୍ଡା ରୋଡ଼ଠାରେ ପଙ୍କଜ ଜାଲ, ମନୁ ଜଗତ ଛିଡ଼ା ହୋଇଥିଲେ। ଏହି ସମୟରେ ରିଷି, ସୋନୁ ଓ ଆକାଶ ପହଞ୍ଚି ଉଭୟଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ପରେ ହତ୍ୟା ଧମକ ମଧ୍ୟ ଦେଇଥିଲେ। ଗୁରୁତର ଆହତ ପଙ୍କଜ ଓ ମନୁଙ୍କୁ ଖରିଆର ରୋଡ଼ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ନୂଆପଡ଼ା ଡାକ୍ତରଖାନା ନିଆଯାଇଥିଲା। ସେଠାରୁ ବୁର୍ଲା ପଠାଯାଇଥିଲା। ଏନେଇ ଆହତଙ୍କ ପରିବାର ପକ୍ଷରୁ ଖରିଆର ରୋଡ଼ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ଏକ ମାମଲ ରୁଜୁ କରି ରିଷି ଓ ଆକାଶଙ୍କୁ ଗିରଫ କରିବା ସହ ବୁଧବାର କୋର୍ଟଚାଲାଣ କରିଛି ବୋଲି ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି ସୂଚନା ଦେଇଛନ୍ତି।