ବନ୍ଧୁଗାଁ ସୀମାନ୍ତରେ ଓଡ଼ିଶା ଓ ଆନ୍ଧ୍ର ଅବକାରୀ ବିଭାଗର ମିଳିତ ଚଢ଼ଉ, ଲକ୍ଷାଧିକ ଟଙ୍କାର ମଦ ନଷ୍ଟ

ନାରାୟଣପାଟଣା: ଆଜି କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ଆନ୍ଧ୍ର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଓଡ଼ିଶା ଏବଂ ଆନ୍ଧ୍ରର ଅବକାରୀ ବିଭାଗ ମିଳିତ ଭାବରେ ଚଢ଼ଉ କରି ବିପୁଳ ପରିମାଣର ଦେଶୀ ରନ୍ଧା ମଦ ଜବତ କରିବା ସହ ମଦ ରନ୍ଧା ପାଇଁ ପ୍ରସ୍ତୁତ ପୋଚ ଜବତକରି ନଷ୍ଟ କରିଛନ୍ତି। କୋରାପୁଟ ଅବକାରୀ ସୁପରିଟେଣ୍ଡେଣ୍ଟ ମନୋଜ କୁମାର ସେଠୀଙ୍କ ନିର୍ଦେଶକ୍ରମେ ନାରାୟଣପାଟଣା ଅବକାରୀ ଉପନୀରୀକ୍ଷକ ଅରୁଣ କୁମାର ଯୋଶୀଙ୍କ ନେତୃତ୍ବରେ ଆନ୍ଧ୍ରର ପାର୍ବତୀପୁରମ୍ ଅବକାରୀ ବିଭାଗ ଦଶଜଣିଆ ଟିମ୍ ବନ୍ଧୁଗାଁ ବ୍ଲକ କାପଲୋଡା ପଞ୍ଚାୟତର ମାଣିକବାଲସା ସୀମାନ୍ତବର୍ତ୍ତୀ ଜଙ୍ଗଲରେ ଚଢ଼ଉ କରି ଲକ୍ଷାଧିକ ଟଙ୍କାର ମଦ ପୋଚ ସମେତ ସାମଗ୍ରୀ ନଷ୍ଟ କରିଛନ୍ତି ଏହି ଟିମ୍ ପ୍ରଥମେ କାପଲଡ଼ା ଅଞ୍ଚଳରେ ମାଣିକବାଲସା ଜଙ୍ଗଲର ନଦୀ ତଟଦେଶରେ ଏକ ଦେଶୀ ରନ୍ଧ ମଦ ଭାଟି ଉପରେ ଚଢ଼ଉ କରିଥିଲେ। ସେଠାରୁ ୧୧ହଜାର ଲିଟର ପୋଚ ନଷ୍ଟ କରିବା ସହ ୫୦୦ଲିଟର ଦେଶୀ ରନ୍ଧ ମଦ ଜବତ କରିଛନ୍ତି। ଅବକାରୀ ଟିମ୍‌କୁ ଦେଖି ଦୁର୍ବୁତ ସେଠାରୁ ଫେରାର ହୋଇଯାଇଥିଲେ। ଏହାପରେ ମାଣିକଵାଲସା ଗ୍ରାମରେ ଚଢ଼ଉ କରି ୯୦୦୦ଲିଟର ପୋଚ ନଷ୍ଟ କରିବା ସହ ୪୦୦ଲିଟର ଦେଶୀ ରନ୍ଧା ମଦ ଜବତ କରିଛନ୍ତି। ସମସ୍ତ ସାମଗ୍ରୀ ପୋଡ଼ି ନଷ୍ଟ କରିବାସହ ପୋଚ ମଦ ପ୍ଲାଷ୍ଟିକ ଡ୍ରମକୁ ପୋଡ଼ି ଦେଇଛନ୍ତି। ଚଢ଼ଉରେ ଆନ୍ଧ୍ର ପକ୍ଷରୁ ପାର୍ବତୀପୁରମ୍ ଅବକାରୀ ସୁପରିଟେଣ୍ଡେଣ୍ଟ ଆର ସୁଧାକରଙ୍କ ନେତୃତ୍ବରେ ଇନ୍ସପେକ୍ଟର ଏଲ୍ ଉପାଧ୍ୟାୟ, ଏମ୍. ଗୋପୀକ୍ରୀଷ୍ଣା, ପି. ଧନଞ୍ଜୟ, ଏସ୍ଆଇ ଏମ୍ ଶ୍ରୀନିବାସ, ଜେ ରାଜଶେଖର ସମେତ ୨୫ଜଣ କର୍ମଚାରୀ ସାମିଲ ଥିଲେ।

ସେହିପରି ଓଡ଼ିଶା ପକ୍ଷରୁ ନାରାୟଣପାଟଣା ଅବକାରୀ ଉପନୀରୀକ୍ଷକ ଅରୁଣ କୁମରା ଯୋଶୀଙ୍କ ନେତୃତ୍ବରେ ଅବକାରୀ ବିଭାଗର ଏଏସ ଆଇ ଶୁସାନ୍ତ ନାୟକ, ନକୁଳ ନାୟକ, ରାମ ନାୟକ, ସ୍ମୃତି କାନ୍ତ ବିଶ୍ବାଳ, କର୍ମଚାରୀ ମାନେ ସାମିଲ ହୋଇଥିଲେ। ସୁଚନାଥାଉକି, ବନ୍ଧୁଗାଁ ବ୍ଲକ ସୀମାନ୍ତ ଥିବା କାପଲୋଡା, ଆଲମଣ୍ଡା ପଞ୍ଚାୟତର ବହୁ ଦଲାଲ ଓଡ଼ିଶା ସୀମାନ୍ତ ବର୍ତ୍ତି ଗାଁ ଗୁଡିକରେ ବୋରିଗୁମ୍ମାରୁ ଚୋରାରେ ଗୁଡ ଆମଦାନୀ କରି ସେଥିରେ ୟୁରିଆ ମିଶାଇ ଆଦିବାସୀ ମାନଙ୍କୁ ଢାଲ କରି ଦେଶୀ ମଦ ରାନ୍ଧି ଚଢା ଦରରେ ଆନ୍ଧ୍ର କୁ ଚାଲାଣ କରନ୍ତି ଲକ୍ଷ ଲକ୍ଷ ମୁନାଫା ପାଇଥାନ୍ତି। ଏହାକୁ ପ୍ରତିବାଦ କରି ବନ୍ଧୁଗାଁ ବ୍ଲକର ଚାଷୀ ମୁଲିଆ ଆଦିବାସୀ ସଙ୍ଘ ବିଭିନ୍ନ ସମୟରେ‌ ପ୍ରତିବାଦ କରିବା ସହ ଆନ୍ଦୋଳନ କରିଆସୁଛନ୍ତି। ଏପରି କି ଚୋରା ଦେଶି ମଦ ବ୍ୟବସାୟରେ ଲିପ୍ତ ଥିବା ସାହୁକାରଙ୍କୁ ବିକ୍ରି ନ କରିବା ପାଇଁ କୁହାଯାଇଥିଲା। ଏହି ଚୋରା ଦେଶି ମଦ ବିକ୍ରି ଦ୍ବାରା ସ୍ଥାନୀୟ ଆଦିବାସୀ ବର୍ଗର ଲୋକେ ମଦ୍ୟ ପାନ କରି ବିଭିନ୍ନ ରୋଗରେ ପଡ଼ି ମୃତ୍ୟୁ ବରଣ କରିଛନ୍ତି। ମଦ୍ୟପାନ ଦ୍ବାରା ଗାଁ ଗାଁରେ ଗଣ୍ଡଗୋଳ ହେଉଛି। ସୁଚନାଥାଉକି, ନାରାୟଣପାଟଣା ବ୍ଲକ ଅବକାରୀ ଉପନୀରିକ୍ଷକ ଅରୁଣ କୁମାର ଯୋଶିଙ୍କ କାର୍ଯ୍ୟରେ ଯୋଗଦାନ କରିବାର ଦଶ ମାସ ମଧ୍ୟରେ ସାଢ଼େ ଚାରି କୋଟି ଟଙ୍କାର ଚୋରା ଦେଶି ମଦ ନଷ୍ଟ କରାଯାଇଥିବା ସୁଚନା ଦେଇଛନ୍ତି। ଆଗାମୀ ଦିନରେ ଏପରି ଚଢ଼ଉ ଜାରି ରହିବ ବୋଲି ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର