‘ଭାରତ ଯୋଡ଼ୋ ଯାତ୍ରା’ରେ ମାଆ ସୋନିଆଙ୍କ ଜୋତାର ଫିତା ବାନ୍ଧୁଥିବାର ନଜର ଆସିଲେ ରାହୁଲ ଗାନ୍ଧୀ
ବେଙ୍ଗାଲୁର: ‘ଭାରତ ଯୋଡ଼ୋ ଯାତ୍ରା’ରେ ସାମିଲ ହୋଇ କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀ କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାରେ ପୁଅ ରାହୁଲ୍ ଗାନ୍ଧୀଙ୍କ ସାଙ୍ଗରେ ଚାଲୁଥିବାର ଦୃଶ୍ୟ ଦେଖିବାକୁ ମିିଳିଛି। ସେହି ସମୟର ଆଉ ଏକ ଦୃଶ୍ୟର ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଫଟୋରେ ରାହୁଲ ମାଆ ସୋନିଆଙ୍କ ଜୋତାର ଫିତା ବାନ୍ଧୁଥିବାର ଦେଖିବାକୁ ମିଳିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଫଟୋଟିକୁ ଦେଖି ଲୋକେ ରାହୁଲଙ୍କୁ ଖୁବ୍ ପ୍ରଶଂସା କରିବାରେ ଲାଗିଛନ୍ତି। ମାଆଙ୍କ ପ୍ରତି ରାହୁଲଙ୍କର ଥିବା ସମ୍ମାନ ଅନେକଙ୍କୁ ପସନ୍ଦ ଆସିଛି। ଏହି ଫଟୋକୁ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି କଂଗ୍ରେସ ନେତା ଶଶୀ ଥରୁର୍। ସେ ଫଟୋଟିକୁ ସେୟାର କରି ଲେଖିଛନ୍ତି, ‘ମାଆ ତ ମାଆ ହୋଇଥାନ୍ତି। ତାଙ୍କର କୌଣସି ତୁଳନା ନାହିଁ’।
वो साँस भी लेती है तो, उनमें भी दुआएं होती हैं
माँओं का तोड़ नही होता, माएँ तो माएँ होती हैं !🙏#BharatJodoYatra @INCIndia pic.twitter.com/npjsJnCah3— Shashi Tharoor (@ShashiTharoor) October 6, 2022
ସ୍ବାସ୍ଥ୍ୟ ପରୀକ୍ଷା ଲାଗି ବିଦେଶରେ ଥିବା ଦଳର ମୁଖ୍ୟ ସୋନିଆ ଗାନ୍ଧୀ ‘ଭାରତ ଯୋଡ଼ୋ ଯାତ୍ରା’ ଭାଗ ନେବା ପାଇଁ ସୋମବାର ଦିନ କର୍ଣ୍ଣାଟକରେ ପହଞ୍ଚିଥିଲେ। ବିମାନ ଯୋଗେ କୂର୍ଗ ଅନ୍ତର୍ଗତ ମାଡ଼ିକେରିକୁ ଯାଇ ସୋନିଆ ଏକ ଘରୋଇ ରିସର୍ଟରେ ଅବସ୍ଥାନ କରିଥିଲେ।
ଏଣେ, ମହୀଶୂର ଅଭିଯାନ ଶେଷ କରି ରାହୁଲ୍ ଗାନ୍ଧୀ ମାଆଙ୍କୁ ଭେଟିବା ପାଇଁ ବିମାନ ଯୋଗେ ମାଡ଼ିକେରି ଯାଇ କୂର୍ଗରେ ଦୁଇ ଦିନ ବିତାଇ ଥିଲେ। ବୁଧବାର ଦିନ ମାଆ ଓ ପୁଅ କାବିନି ସଂରକ୍ଷିତ ଅରଣ୍ୟ କାଡ଼େଗାଡ୍ଡେ ଯାଇଥିଲେ। ସେମାନେ କଳାପାଣି ଅରଣ୍ୟ ସଫାରି ବି କରିଥିଲେ। ସେମାନଙ୍କ ସାଙ୍ଗରେ ଯାଇଥିଲେ ସ୍ଥାନୀୟ ବିଧାୟକ ଅନୀଲ ଚିକ୍କାମାଡୁ।