କଞ୍ଚାଲଙ୍କାର ନୂଆ ୱେବ୍‌ସିରିଜ୍‌ ‘ସିକ୍ସ’

ଓଟିଟି ପ୍ଲାଟ୍‌ଫର୍ମ କଞ୍ଚାଲଙ୍କା ନେଇଆସୁଛି ନୂଆ ୱେବ୍ ସିରିଜ୍‌ ‘ସିକ୍ସ’। ଏହି ୱେବ୍‌ ସିରିଜ୍‌ର ଟ୍ରେଲର ରିଲିଜ୍‌ ପରେ ସବୁ ଦର୍ଶକଙ୍କ ମୁହଁରେ ଗୋଟିଏ କଥା ଏ ସିରିଜ୍‌ ଯେବେ ରିଲିଜ୍‌ ‌େହବ ଓଡ଼ିଶା ଚଳଚ୍ଚିତ୍ର ଜଗତରେ ଆଉ ଏକ ପରିବର୍ତ୍ତନର ଧାରା ସୃଷ୍ଟି ‌ହେବ। ଓଟିଟି ପ୍ଲାଟ୍‌ଫର୍ମ କଞ୍ଚାଲଙ୍କାର କ୍ରିଏଟିଭ୍ ଟିମ୍ କୁହନ୍ତି : ଏହି ୱେବ୍‌ ସିରିଜ୍‌ରେ ଆପଣ ଦେଖିପାରିବେ ଗୋଟେ ପରିବାରରୁ ସମସ୍ତ ସଦସ୍ୟ (୬ ଜଣ)ଙ୍କର ଗୋଟିଏ ଦିନରେ ମୃତ୍ୟୁ ହେଉଛି। ଏବେ ସବୁଆଡ଼େ ଚର୍ଚ୍ଚା ଏହା ଆତ୍ମହତ୍ୟା ନା ଗଣହତ୍ୟା? ଏହି ମୃତ୍ୟୁକୁ ନେଇ ସରକାର ମଧ୍ୟ ଅଡୁଆରେ ପଡ଼ିଛନ୍ତି। ବର୍ତ୍ତମାନ ପୋଲିସ୍‌ର ତଦନ୍ତକୁ ନେଇ ପ୍ରଶ୍ନବାଚୀ? ତଦନ୍ତର ଭାରପ୍ରାପ୍ତ ଅଧିକାରୀ ଏବେ ଚକ୍ରବ୍ୟୂହରେ ପଡ଼ିଛନ୍ତି। ତଦନ୍ତ କରୁଥିବା ପୋଲିସ୍‌ କ’ଣ କରିବ? ଏ ମୃତ୍ୟୁକାଣ୍ଡ ଉପରୁ ପରଦା ଉଠାଇବ ନା ଅନେକ ପ୍ରତିପତ୍ତିଶାଳୀ ଲୋକଙ୍କୁ ବଞ୍ଚାଇବା ପାଇଁ ଏହି ଘଟଣା ଉପରେ ପରଦା ଘୋଡ଼େଇ ‌ଦେବ? ଏ ପର୍ଯ୍ୟନ୍ତ ଓଡ଼ିଶାର ସବୁଠାରୁ ବଡ଼ ଅପରାଧିକ କାହାଣୀଟି ଓଟିଟି ପ୍ଲାଟ୍‌ଫର୍ମ କଞ୍ଚାଲଙ୍କା ‘ସିକ୍ସ’ ଆପଣମାନଙ୍କୁ ଚଳିତ ସପ୍ତାହରେ ଭେଟି ‌ଦେବାକୁଯାଉଛି।

ଏହି ୱେବ୍‌ ସିରିଜ୍‌ର ନିର୍ଦ୍ଦେଶକ ଧୃବାନନ୍ଦ ପଣ୍ଡା କୁହନ୍ତି, ଏଭଳି ସତ୍ୟ କାହାଣୀକୁ ଆମେ ଦର୍ଶକମାନଙ୍କ ପାଖରେ ପହଞ୍ଚାଇବା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିଛି। ଆମର ଆଶା ଓ ଭରସା ଓଡ଼ିଶାର ଏଭଳି ଅପରାଧିକ କାହାଣୀଟି ଦର୍ଶକଙ୍କୁ ଭଲ ଲାଗିବ। ଏହି ୱେବ୍‌ ସିରିଜ୍‌ର କାହାଣୀ ଓ ଚିତ୍ରନାଟ୍ୟ ଅଭିଜିତ ସିଦ୍ଧେ ଲେଖିଥିବା ବେଳେ ସଂଳାପ ଲେଖିଛନ୍ତି ଦିଲୀପ ବଳବନ୍ତରାୟ। ବିରଞ୍ଚି ନାୟକ, ରାଗିଣୀ ସୂତ୍ରଧର, ବାଦଲ ମହାନ୍ତି, ଲତାଶା, ବିଦୁସ୍ମିତା, ଉଦିତ୍‌ ଗୁରୁ, କୈଳାସ ପାଣିଗ୍ରାହୀ, ବରଦା, ଅଙ୍କିତ, ସାଇ, ସୂର୍ଯ୍ୟକାନ୍ତ, ରଶ୍ମିତା, ଦୁ‌େର୍ଯ୍ୟାଧନ, ଜୟପ୍ରକାଶ ଦାଶ ଓ ଆହୁରି ଅନେକ କଳାକାର ଏଥିରେ ଅଭିନୟ କରିଛନ୍ତି। ଏହାର ପ୍ରଯୋଜନା କରିଛନ୍ତି ବିରଞ୍ଚି ନାରାୟଣ ନାୟକ ।

ସମ୍ବନ୍ଧିତ ଖବର