ରିଚାଙ୍କ ଗଲୱାନ ଟ୍ବିଟ୍‌କୁ ନେଇ ବିବାଦ ବଢ଼ିଲା, କ୍ଷମା ମାଗିଲେ ରିଚା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ରିଚା ଚଢ଼ା ଆଜି ଆଜି ଗଲୱାନକୁ ନେଇ ଏକ ବିବାଦୀ ଟ୍ବିଟ୍‌ କରି ସର୍ବସାଧାରଣରେ କ୍ଷମା ମାଗିଛନ୍ତି। ରିଚା କହିଛନ୍ତି, କାହାକୁ ଆଘାତ ଦେବା ମୋର ଉଦ୍ଦେଶ୍ୟ ନଥିଲା। ମୁଁ ଲେଖିଥିବା ୩ଟି ଶବ୍ଦକୁ ନେଇ ବିବାଦ ହୋଇଛି। ଯଦି ମୁଁ ଏହା ଲେଖି କାହାକୁ ଆଘାତ ଦେଇଥାଏ ତେବେ ମୁଁ ଏଥିପାଇଁ କ୍ଷମା ମାଗୁଛି। ରିଚା କହିଛନ୍ତି, ମୁଁ କ୍ଷମା ମାଗୁଛି ଏବଂ ବିନା କୌଣସି ଉଦ୍ଦେଶ୍ୟ ରଖି ମୁଁ ଯେଉଁ ଶବ୍ଦ ବ୍ୟବହାର କରିଥିଲି ତାହା ଯଦି‌ ସେନା‌ରେ ମୋ ଭାଇମାନଙ୍କ ଭାବନାକୁ ଆଘାତ ଦେଇଥାଏ ତେବେ ଏଥିପାଇଁ ମୁଁ ଦୁଃଖିତ। ଉଲ୍ଲେଖଯୋଗ୍ୟ, ଉତ୍ତର ସେନା କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ନିକଟରେ ଏକ ଟିପ୍ପଣୀ ଦେଇ କହିଥିଲେ ଯେ ସରକାର ନିର୍ଦ୍ଦେଶ ଦେଲେ ସେନା ପାକିସ୍ତାନ ଦ୍ବାରା ‌ବେଆଇନ ଭାବେ ଅକ୍ତିଆର କରାଯାଇଥିବା କାଶ୍ମୀରର ଅଂଶକୁ ଫେରାଇ ଆଣିବାପାଇଁ ସର୍ବଦା ପ୍ରସ୍ତୁତ ଅଛି। କମାଣ୍ଡରଙ୍କ ଏହି ଟିପ୍ପଣୀକୁ ଟ୍ବିଟରରେ ସେୟାର କରି ରିଚା ଚଢ଼ା ଲେଖିଥିଲେ ‘ଗଲ୍‌ୱାନ ସେଜ୍‌ ହାଏ’।

ଏହି ପୋଷ୍ଟ୍‌ ଭାଇରାଲ୍‌ ହେବାପରେ ଅନେକ ଏହାକୁ ଲଜ୍ଜାଜନକ ଏବଂ ଅପମାନଜନକ କହିଛନ୍ତି। ବିଜେପି ମଧ୍ୟ ରିଚାଙ୍କ ଏହି ଟିପ୍ପଣୀକୁ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରିଛି। ବିଜେପି କହିଛି, ଭାରତୀୟମାନେ ସେନାକୁ ସମ୍ମାନ ଦିଅନ୍ତି। ଆମ ସେନାର ମୁଖ୍ୟ ଅଧିକାରୀମାନେ ଯେତେବେଳେ କିଛି କହୁଛନ୍ତି ଆମେ ସେତେବେଳେ ଏହାକୁ ସମ୍ମାନ ଦେବା ଉଚିତ। କିନ୍ତୁ ସେନାକୁ କଟାକ୍ଷ କରି କେହି ଯଦି ସୋସିଆଲ ମିଡିଆରେ କିଛି ପୋଷ୍ଟ୍‌ କରିବେ ତେବେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ବଲିଉଡ ଅଭିନେତା ଅକ୍ଷୟ କୁମାର ରିଚାଙ୍କ ଟିପ୍ପଣୀରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । କୁମାର କହିଛନ୍ତି, ଏହା ଦେଖି ଖୁବ୍‌ କଷ୍ଟ ଲାଗୁଛି। କୌଣସି ବି କାରଣ ଆମ ସେନାବାହିନୀରେ ନିକଟରେ ଆମକୁ ଅକୃତଜ୍ଞ କରିପାରିବନି।

ସମ୍ବନ୍ଧିତ ଖବର