ଏସାରର ୧୬,୫୦୦ କୋଟିର ସମ୍ପତ୍ତି କିଣିଲା ଏଏମ୍ଏନ୍‌ଏସ୍‌

ଭୁବନେଶ୍ବର: ଏସାର ଗ୍ରୁପ୍‌ର ବନ୍ଦର ଏବଂ ଶକ୍ତି ପ୍ରକଳ୍ପରେ ଥିବା ୧୬,୫୦୦ କୋଟି ଟଙ୍କା ସମ୍ପତ୍ତିକୁ ଆର୍ସେଲର ମିତ୍ତଲ ନିପନ ‌ଷ୍ଟିଲ (ଏଏମ୍ଏନ୍ଏସ୍‌) ଅଧିଗ୍ରହଣ କରିବା ପ୍ରକ୍ରିୟା ଶେଷ କରିଛି। ଏଥିପାଇଁ ଚଳିତ ବର୍ଷ ଅଗଷ୍ଟରେ ଉଭୟ ସଂସ୍ଥା ମଧ୍ୟରେ ଚୁକ୍ତି ହୋଇଥିଲା। ଏସାରର ପାରାଦୀପରେ ଥିବା ବନ୍ଦର ଏବଂ ଗୁଜରାଟର ହାଜିରାରେ ଥିବା ପାୱାର ପ୍ଲାଣ୍ଟ୍‌ର ଅଧିଗ୍ରହଣ ପ୍ରକ୍ରିୟା ଶେଷ ହୋଇଛି।

ହାଜିରାରେ ଥିବା ୫୧୫ ମେଗାୱାଟ୍‌ର ଗ୍ୟାସ୍‌ ଆଧାରିତ ଶକ୍ତି ଉତ୍ପାଦନ କେନ୍ଦ୍ର, ବିଶାଖାପାଟଣାରେ ଥିବା ୧୬ ଏମ୍‌ଟିପିଏର ଡିପ୍ ଡ୍ରାପ୍ଟ ଟର୍ମିନାଲ୍, ୧୦୦ କିମିର ଗାନ୍ଧାର-ହାଜିରା ଟ୍ରାନ୍ସମିସନ ଲାଇନ୍‌ ଆବଶ୍ୟକ ଅନୁମୋଦନ ପାଇବା ପରେ ସେଗୁଡ଼ିକ ଅଧିଗ୍ରହଣ ଠିକ୍ ସମୟରେ ଶେଷ ହେବ। ଏସାରର ସମ୍ପତ୍ତି ଅଧିଗ୍ରହଣ ଭାରତରେ ଆମର ଶକ୍ତି ଓ ପରିବହନ ବ୍ୟବସ୍ଥାକୁ ଆହୁରି ମଜଭୁତ କରିବ ବୋଲି ଏଏମ୍/ଏନ୍‌ଏସ୍‌ ଇଣ୍ଡିଆର ସିଇଓ ଓମେନ୍ ଚାଣ୍ଡି କହିଛନ୍ତି।

ସମ୍ବନ୍ଧିତ ଖବର