ଏଏମ୍‌ଏନ୍‌ଏସ୍‌ର ନିଃଶୁଳ୍କ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ସେବା

ଭୁବନେଶ୍ବର: ଓଡ଼ିଶାରେ ଥିବା କାର୍ଯ୍ୟକ୍ଷେତ୍ରଗୁଡ଼ିକରେ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ (ଏଏମ୍ଏନ୍‌ଏସ୍‌) ପକ୍ଷରୁ ନିଃଶୁଳ୍କ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ସେବା ଆରମ୍ଭ କରାଯାଇଛି। ପାରାଦୀପ, କୋଇଡ଼ା ଓ ବଡ଼ବିଲ ଅଞ୍ଚଳର ୭ରୁ ଅଧିକ ଗ୍ରାମ ପଞ୍ଚାୟତର ୧ ଲକ୍ଷରୁ ଅଧିକ ଲୋକ ଏହା ଦ୍ବାରା ଉପକୃତ ହୋଇଛନ୍ତି। କଂପାନିର ସିଏସ୍‌ଆର୍‌ ଟିମ୍ ଓ ଭ୍ରାମ୍ୟମାଣ ମେଡିକାଲ୍‌ ୟୁନିଟ୍ ନିୟମିତ ଭାବେ ନିକଟସ୍ଥ ଗ୍ରାମଗୁଡ଼ିକୁ ଯାଇ ମାଗଣା ଚିକିତ୍ସା ପରାମର୍ଶ, ପାଥୋଲୋଜି ପରୀକ୍ଷା ଓ ରୋଗୀଙ୍କୁ ମାଗଣା ଔଷଧ ଭଳି ସୁବିଧା ପ୍ରଦାନ କରୁଛନ୍ତି। ଗୁରୁତର ଥିବା ରୋଗୀଙ୍କ ଘରକୁ ଯାଇ ମଧ୍ୟ ଟିମ୍ ଚିକିତ୍ସା କରୁଛନ୍ତି। ଅଭିଜ୍ଞ ଡାକ୍ତର, ଫାର୍ମାସିଷ୍ଟ୍ ଓ ଅନ୍ୟ କର୍ମଚାରୀମାନଙ୍କୁ ନେଇ ମେଡିକାଲ୍ ଟିମ୍ ଗଠନ ହୋଇଛି ଯାହା ସପ୍ତାହର ନିର୍ଦିଷ୍ଟ ଦିନରେ ନିକଟସ୍ଥ ଗ୍ରାମ ପରିଦର୍ଶନ କରୁଛି।

ସମ୍ବନ୍ଧିତ ଖବର