ଗିନିଜ୍ ବୁକ୍ ଓ୍ଵାର୍ଲଡ ରେକର୍ଡ: ଏକ ପ୍ଲେଟ୍ ଫ୍ରେଞ୍ଚ ଫ୍ରାଏର ଦାମ୍ ୧୫ ହଜାର ଟଙ୍କା

ନ୍ୟୁୟର୍କ: ଆପଣ ଯଦି ଖାଇବା ପିଇବାର ସଉକ ତେବେ ଫ୍ରେଞ୍ଚ୍ ଫ୍ରାଏ ନିହାତି ଖାଇଥିବେ। ଫ୍ରେଞ୍ଚ୍ ଫ୍ରାଏର ମୂଲ୍ୟ ବହୁତ ଅଧିକ ନୁହେଁ। ଭଲ ହୋଟେଲ୍ କିମ୍ବା ରେସ୍ତୋରାଁରେ ଫ୍ରେଞ୍ଚ ଫ୍ରାଏ ଅଧିକକୁ ଅଧିକ ୧୦୦୦ ଟଙ୍କାରେ ବିକ୍ରି ହୋଇଥାଏ। କିନ୍ତୁ ଗୋଟିଏ ରେଦସ୍ତାରାଁ ଫ୍ରେଞ୍ଚ ଫ୍ରାଏର ଦାମ ଏତେ ଅଧିକ ରଖିଥିଲେ ଯେ ତାହା ଗିନିଜ୍ ବୁକ୍ ଓ୍ଵାର୍ଲଡ ରେକର୍ଡରେ ସ୍ଥାନ ପାଇଛି।

ଏହି ଅନନ୍ୟ ବିଶ୍ଵ ରେକର୍ଡ ଆମେରିକାର ନ୍ୟୁୟର୍କ ସ୍ଥିତ ମ୍ୟାନହଟନର ସେରେନାଦିପ୍ତି ନାମକ ହୋଟେଲ ବନାଇଛି। ଏହି ଅନନ୍ୟ ଫ୍ରେଞ୍ଚ ଫ୍ରାଏର ଦାମ ଏକ ପ୍ଲେଟକୁ ୨୦୦ ଡଲାର ରଖା ଯାଇଛି। ଭାରତୀୟ ମୁଦ୍ରାରେ ଏହାର ଦାମ ପାଖାପାଖି ୧୫ ହଜାର ୨ ଶହ ଟଙ୍କା ହେବ।

ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଏହି ଫ୍ରେଞ୍ଚ ଫ୍ରାଏର ଦାମ ଏତେ ଅଧିକ କାହିଁକି ହେଲା। ଏହାର ଉତ୍ତର ଗିନିଜ୍ ବୁକ୍ ଓ୍ଵାର୍ଲଡର ଅଧିକାରୀମାନେ ଦେଇଛନ୍ତି। ଗିନିଜ୍ ବୁକ୍ ଓ୍ଵାର୍ଲଡ ରେକର୍ଡ ଅନୁସାରେ ଏହି ଫ୍ରେଞ୍ଚ ଫ୍ରାଏକୁ ତିଆରି କରିବାକୁ ସ୍ଵତନ୍ତ୍ର ପ୍ରକାର ଖାଦ୍ୟ ସାମଗ୍ରୀର ବ୍ୟବହାର କରାଯାଇଛି।

ଏହି ସ୍ଵତନ୍ତ୍ର ଫ୍ରେଞ୍ଚ ଫ୍ରାଏକୁ କୌଣସି ସାଧାରଣ ପ୍ଲେଟରେ ନୁହେଁ, ବେକରେଟ୍ କ୍ରିଷ୍ଟଲ୍ ଅରବିଷ୍କ ପ୍ଲେଟରେ ପରସା ଯାଇଥିଲା। ରୋଷେୟା (ସେଫ)ଙ୍କ ଅନୁସାରେ ଏହି ଫ୍ରେଞ୍ଚ ଫ୍ରାଏକୁ ବନାଇବା ପୂର୍ବରୁ ଆଳୁକୁ ଡୋମ୍ ପେରିଗ୍ନନ୍ ସ୍ୟାମ୍ପେନ୍ ଓ ଜେ.ଲେବ୍ଲୋକ୍ ଫ୍ରେଞ୍ଚ୍ ସ୍ୟାମ୍ପେନ୍ ଓର୍ଡେନ୍ ଭିନେଗାରରେ ବୁଡା ଯାଇଥିଲା ଯାହାଦ୍ଵାରା ଏହାର ପ୍ରାରମ୍ଭିକ ଅଂଶକୁ ଅଲଗା ଓ ମିଠା କରା ଯାଇପାରିବ।

ସମ୍ବନ୍ଧିତ ଖବର