ଷ୍ଟେଟ୍‌ ବ୍ୟାଙ୍କର ଉତ୍ସବ ଅଫର, ଅଭିଯାନ

ଭୁବନେଶ୍ବର : ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ପ୍ରଧାନ କାର୍ଯ୍ୟାଳୟ ପକ୍ଷରୁ ଉତ୍ସବ ଅଫର ଓ ଅଭିଯାନ ‘ଉତ୍ସବ କେ ରଙ୍ଗ ଏସ୍‌ବିଆଇ କେ ସଙ୍ଗ’ ଘୋଷଣା କରାଯାଇଛି। ଏହି ଅଫର ଅଗଷ୍ଟ ୧୫ରୁ ଆରମ୍ଭ ହୋଇଛି ଯାହା ଅକ୍ଟୋବର ୨୮ ପର୍ଯ୍ୟନ୍ତ ଚାଲିବ। ଏଥିରେ ରହିଛି ଉତ୍ସବ ୧୦୦୦ ଡିପୋଜିଟ୍ ସ୍କିମ୍, ସେଫ୍ ଡିପୋଜିଟ୍ ଲକର୍‌, କର୍ପୋରେଟ୍ ବେତନ ପ୍ୟାକେଜ୍, ବରିଷ୍ଠ ନାଗରିକ ମିଆଦୀ ଜମା, ଏକ୍ସପ୍ରେସ୍ କ୍ରେଡିଟ୍, ପେନ୍‌ସନ୍ ଋଣ, ଗାଡ଼ି ଋଣ, ସୁନା ଋଣ ଓ ଶିକ୍ଷା ଋଣ ପାଇଁ ସ୍ବତନ୍ତ୍ର ଅଭିଯାନ। ଏନ୍‌ପିଏସ୍‌, ଏସ୍‌ବିଆଇ କ୍ରେଡିଟ୍ କାର୍ଡ, ମ୍ୟୁଚୁଆଲ୍‌ ଫଣ୍ଡ୍‌, ଏସ୍‌ବିଆଇ ଜେନେରଲ ଓ ଏସ୍‌ବିଆଇ ଲାଇଫ୍ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଆଯାଉଛି।

ଏହି ଅବସରରେ ଷ୍ଟେଟ୍‌ ବ୍ୟାଙ୍କର ସିଜିଏମ୍ ଚନ୍ଦର ଶେଖର ଶର୍ମା କହିଛନ୍ତି ଯେ ୨୦୨୨-୨୩ରେ ବ୍ୟାଙ୍କ ପକ୍ଷରୁ ଶାଖା, ଏଟିଏମ୍‌ର ସ୍ବଚ୍ଛତା ଓ ସବୁ କାଉଣ୍ଟରରେ ସେବାରେ ଉନ୍ନତି ଉପରେ ଗୁରୁତ୍ବ ଦିଆଯିବ। ରପ୍ତାନି କ୍ଷେତ୍ରକୁ ବ୍ୟାଙ୍କ ୧୦୦୦ କୋଟି ଟଙ୍କା, ଏସ୍‌ଏମ୍ଇକୁ ୨୦୦୦ କୋଟି ଟଙ୍କା ଓ ରିଅଲ ଇଷ୍ଟେଟ୍‌ କ୍ଷେତ୍ରକୁ ୧୦୦୦ କୋଟି ଟଙ୍କାର ଋଣ ଆବଣ୍ଟନ କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ବ୍ୟାଙ୍କ ଜମାରେ ୧୫ ହଜାର କୋଟି ଟଙ୍କା ଓ ଅଗ୍ରୀମରେ ୫୦ ହଜାର କୋଟି ଟଙ୍କା ବୃଦ୍ଧି ଆଣିବାକୁ ଲକ୍ଷ୍ୟ ରଖିଛି। ବ୍ୟାଙ୍କ ୪ଟି ଦୁର୍ଗମ ଜିଲ୍ଲାରେ ୨୦-୨୫ଟି ନୂଆ ଶାଖା ଓ ଭୁବନେଶ୍ବର-କଟକ ରାଜପଥ ପାର୍ଶ୍ବରେ ତିନିଟି ନୂଆ ଶାଖା ଖୋଲିବାକୁ ଯୋଜନା ରଖିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର