ଲଦାଖରେ ୪.୮ ତୀବ୍ରତାର ଭୂକମ୍ପ

ଲଦାଖ : ଲେହ ଲଦାଖରେ ଆଜି ସକାଳେ ୪.୮ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂ ବିଜ୍ଞାନ ସଂସ୍ଥାର ରିପୋର୍ଟ ଅନୁଯାୟୀ ଆଜି ଭୋର୍‌ ୪.୧୯ରେ ଅନୁଭୂତ ଭୂକମ୍ପର କେନ୍ଦ୍ର ଲେହ୍‌ ଠାରୁ ୧୮୯ କିମି ଉତ୍ତରରେ ଥିଲା ଏବଂ ଏହାର ଗଭୀରତା ୧୦ କିମି ରହିଥିଲା। ତେବେ ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି।। ଗତ ସପ୍ତାହରେ ଜମ୍ମୁ କାଶ୍ମୀରର କତ୍ରା ଠାରେ ୩.୫ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା।

ସମ୍ବନ୍ଧିତ ଖବର