ମାଟ୍ରିକ୍ ପରୀକ୍ଷାଫଳ: ଖୋର୍ଦ୍ଧା ଜିଲ୍ଲାରେ ପାସ୍ ହାର ସର୍ବାଧିକ, ନୂଆପଡ଼ାରେ ସର୍ବନିମ୍ନ

କଟକ:  ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥର ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ପାସ୍ ହାର ୯୭.୯୮% ଥିବାବେଳେ ନୂଆପଡ଼ାରେ ସର୍ବନିମ୍ନ ପାସ ହାର ୯୩.୯୧% ରହିଛି । ସେହିପରି କଟକରେ ପାସ୍ ହାର ୯୭.୫୮ %, ଝାରସୁଗୁଡ଼ାରେ ୯୭.୨୮%, ସୁନ୍ଦରଗଡ଼ରେ ୯୭.୨୪%, ଗଜପତିରେ ୯୭.୦୮%,  ଗଞ୍ଜାମରେ ୯୭. ୦୬%, ଜଗତସିଂପୁରରେ ୯୭. ୦୬%, ବରଗଡ଼ରେ ୯୭.୬୪%, ସମ୍ବଲପୁରରେ ୯୬.୭୩%,
ଦେବଗଡ଼ରେ ୯୬.୭୧%, ବଲାଙ୍ଗୀରରେ ୯୪.୩୯%, ସୁବର୍ଣ୍ଣପୁରରେ ୯୭.୧୧%, କୋରାପୁଟରେ ୯୪.୮୨%, ମାଲକାନଗିରିରେ ୯୫.୦୪%, ନବରଙ୍ଗପୁରରେ ୯୪.୮୮% ରହିଛି।

ଚଳିତ ବର୍ଷ ମାଟ୍ରିକ ମଧ୍ୟମାରେ ପାସ୍ ହାର ୯୮.୧୨ ପ୍ରତିଶତ ରହିଛି । ଏଥିରେ ମୋଟ ୩ ହଜାର ୧୯୧ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି ।

ସମ୍ବନ୍ଧିତ ଖବର