ଟୟୋଟା କିଲୋସ୍କର ମୋଟରର୍ସର ଇଟିଅସ୍‌ ୪ ଲକ୍ଷ ଗ୍ରାହକ ସୃଷ୍ଟି କଲା

ନୂଆଦିଲ୍ଲୀ : ଟୟୋଟା କିଲୋସ୍କର ମୋଟରର୍ସର ଇଟିଅସ ବିକ୍ରି ୪ ଲକ୍ଷ ଟପିଲା । ଏହି ବଜାର ପ୍ରବେଶଠାରୁ ଇତିମଧ୍ୟରେ ୪ ଲକ୍ଷ ଗ୍ରାହକ ସୃଷ୍ଟି କରିବାକୁ ସକ୍ଷମ ହୋଇଛି। ୨୦୧୮ ଏପ୍ରିଲ୍‌ରୁ ସେପ୍ଟେମ୍ବର ମଧ୍ୟରେ ଇଟିଅସ୍‌ର ଅଭିବୃଦ୍ଧି ହାର ଗତବର୍ଷ ତୁଳନାରେ ୧୦ ପ୍ରତିଶତ ବୃଦ୍ଧି ପାଇଛି । ୨୦୧୧ରେ ଏହାର ବଜାର ପ୍ରବେଶଠାରୁ ଏହା ଗ୍ରାହକଙ୍କ ବିଶ୍ୱାସନୀୟତା ହାସଲ କରିଛି। ଏହାର ସୁରକ୍ଷା ବ୍ୟବସ୍ଥା ଇନ୍ଧନ ମୀତବ୍ୟୟୀତା ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ସକ୍ଷମ ହୋଇଛି। ଏହାର ଇଟିଅସ୍‌ ଲିଭାର ବିକ୍ରି ହାର ୯୫ ପ୍ରତିଶତ ରହିଛି। ଲିଭାର ଡୁଆଲ୍‌ ଟୋନ୍‌ର ଡିଜାଇନିଂ ଗ୍ରାହକଙ୍କୁ ବିଶେଷ ପସନ୍ଦ ଆସିଛି। ଏହାର ସ୍ପୋର୍ଟି ଲୁକ୍‌ ଗ୍ରାହକଙ୍କୁ ଆକୃଷ୍ଟି କରିପାରିଛି। ଏଥିରେ ଆଣ୍ଟି ଲକ୍‌ ବ୍ରେକିଂ ସିଷ୍ଟମ୍‌ (ଏବିସି) ଇଲୋକ୍ଟନିକ୍ସ୍‌ ବ୍ରେକ୍‌-ଫୋର୍ସ ଡିଷ୍ଟ୍ରିବ୍ୟୁସନ୍‌(ଇବିଡି) , ଆଇସୋଫିକ୍ସ ଚାଇଲ୍ଡ ସିଟ୍‌ ଲକ୍‌, ଏସଆର୍‌ଏସ୍‌ ବ୍ୟାଗ, ୪ ତାରକା ରେଟିଂ ଆଦି ରହିଛି। ସୂଚନା ଯୋଗ୍ୟ ଯେ, ଅକ୍ଟୋବର ୧୯୯୭ରେ ବିଦାଡିରେ କମ୍ପାନିର ପ୍ରଥମ ପ୍ଲାଣ୍ଟ ସ୍ଥାପିତ ହୋଇଥିବାବେ ଏହି ପ୍ଲାଣ୍ଟର ଉତ୍ପାଦନ ଦକ୍ଷତା ୨,୧୦,୦୦୦ ୟୁନିଟ୍‌ ରହିଛି। ଟୟୋଟା କିଲୋସ୍କର ମୋଟରରେ ଟୟୋଟା ମୋଟରର ୮୯% ଅଂଶଧନ ଥିବାବେଳେ କିଲୋସ୍କର ଗ୍ରୁପ୍‌ର ୧୧% ଅଂଶଧନ ରହିଛି । କମ୍ପାନିର ଉତ୍ପାଦନ ଦକ୍ଷତା ୩,୧୦,୦୦୦ ୟୁନିଟ୍‌ ରହିଛି।

ସମ୍ବନ୍ଧିତ ଖବର