ସ୍କୁଲ ଛାତ୍ରୀଙ୍କ ଦ୍ବାରା ସୁରକ୍ଷାକର୍ମୀ ଫେସିଆଲ କରାଇ ନୃତ୍ୟ କରୁଥିବା ଭିଡିଓ ଭାଇରାଲ

ସାମଲି: ଉତ୍ତରପ୍ରଦେଶର ସାମଲି ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଥିରେ ସ୍କୁଲର ସୁରକ୍ଷା ଦାୟିତ୍ବରେ ଥିବା କର୍ମଚାରୀ ଛାତ୍ରୀଙ୍କ ଦ୍ବାରା ନିଜର ଫେସିଆଲ କରାଉଥିବା ବେଳେ ଖୁବ ମଜାମସ୍ତିରେ ନୃତ୍ୟ କରୁଥିବା ଦେଖିବାକୁ ମିଳୁଛି।

ବାସ୍ତବରେ ଏହି ଭାଇରାଲ ଭିଡିଓ ଶାମଲି ଜିଲ୍ଲାର କାନ୍ଧଲା ବ୍ଲକ ଶିକ୍ଷା କ୍ଷେତ୍ରର କସ୍ତୁରବା ଗାନ୍ଧୀ ବିଦ୍ୟାଲୟରୁ ସାମ୍ନାକୁ ଆସିଥିବା କୁହାଯାଉଛି। ତେବେ ଏହି ଭିଡିଓଟି କେଉଁଦିନର ସେନେଇ କୌଣସି ସୂଚନା ମିଳିନାହିଁ। ।

ଭିଡିଓରେ ଛାତ୍ରୀମାନେ ସ୍କୁଲରେ ଛାଡ଼ୁ ମାରିବା ଠାରୁ ପୋଛା ବି କରୁଥିବାର ନଜର ଆସିଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ବିଏସଏ ବ୍ଳକ ଶିକ୍ଷା ଅଧିକାରୀଙ୍କୁ ଯାଞ୍ଚ ଆଦେଶ ଦେଇଛନ୍ତି। କିନ୍ତୁ ବିଦ୍ୟାଳୟର ୱାର୍ଡନ ଏହି ଘଟଣାକୁ ଖଣ୍ଡନ କରିଛନ୍ତି।

ଉକ୍ତ ବିଦ୍ୟାଳୟରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀମାନେ ହଷ୍ଟେଲରେ ରହି ପାଠପଢ଼ି ଥାଆନ୍ତି । ଉକ୍ତ ସୁରକ୍ଷାକର୍ମୀ ଜଣକ ହଷ୍ଟେଲ ଛାତ୍ରୀମାନଙ୍କୁ ଫୋନ କରି ଅଶ୍ଳୀଳ କଥା ହୋଇଥାଏ। ଏନେଇ ଛାତ୍ରୀମାନେ ବିଦ୍ୟାଳୟର ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। କିନ୍ତୁ ଏହାପରେ ମଧ୍ୟ ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ।

ବିଦ୍ୟାଳୟର ଅଧିକାରୀ ଏହି ଘଟଣାକୁ ନେଇ କହିଛନ୍ତି, ଯେଉଁ ସୁରକ୍ଷାକର୍ମୀଙ୍କ ଭିଡିଓ ଭାଇରାଲ ହୋଇଛି  ବେଳେବେଳେ ସେ ରାତିରେ ସ୍କୁଲରେ ରୁହନ୍ତି । ସୁରକ୍ଷାକର୍ମୀ ଛାତ୍ରୀମାନଙ୍କ ସହିତ ଏଭଳି ବ୍ୟବହାର କରୁଥିବା ମୁଁ ଜାଣି ନାହିଁ। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଘଟଣା ବିଷୟ‌ରେ ଅବଗତ ହୋଇଥିଲି। କଡ଼ା ଯାଞ୍ଚର ନିର୍ଦ୍ଦେଶ ଦିଅ‌ାଯାଇଛି। ଏହି ଘଟଣାରେ ଯିଏ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

 

ସମ୍ବନ୍ଧିତ ଖବର