କ୍ଷଣିକ ଉତ୍ତେଜନାରେ ଆସି ଶ୍ରଦ୍ଧାକୁ ହତ୍ୟା କରିଛି ଅଫ୍‌ତାବ, ଅଦାଲତାରେ ମାନିଲା ସତ

ନୂଆଦିଲ୍ଲୀ: ପ୍ରେମିକା ଶ୍ରଦ୍ଧା ୱାକର୍‌ଙ୍କୁ ହତ୍ୟା କରିବା କଥା ଅଦାଲତରେ ସ୍ବୀକାର କରିଛି ଅଫ୍‌ତାବ ଆମିନ ପୁନାୱାଲା। ସେ ରାଗର ବଶବର୍ତ୍ତୀ ହୋଇ ଶ୍ରଦ୍ଧାଙ୍କ ହତ୍ୟା କରିଥିବା କଥା ଆଜି ଦିଲ୍ଲୀ ‌କୋର୍ଟରେ ସ୍ବୀକାର କରିଛି। ମାତ୍ର ଗଣମାଧ୍ୟମରେ ତା ବିଷୟରେ ଯାହା ସବୁ ଚର୍ଚ୍ଚା ହେଉଛି ସେ ସବୁ ସତ କଥା ନୁହେଁ‌ ବୋଲି ଅଫ୍‌ତାବ ଦାବି କରିଛି।

ସେ ଦୋଷ ସ୍ବୀକାର କରିବା ସହ ପୁଲିସ୍‌କୁ ସହଯୋଗ କରୁଥିବା ବି କହିଛି। ଏପରିକି ‌ଯେଉଁଠା‌ରେ ସେ ଶ୍ରଦ୍ଧାର ମୃତଦେହକୁ ଫୋପାଡ଼ିଥିଲା ସେ ଲୋକେସନ ବି ପୁଲିସ୍‌କୁ ଦେଇଛି। ସେ କୋର୍ଟରେ ଆହୁରି ବି କହିଛି ଯେ ଏହି ମାମଲାକୁ ନେଇ ସେ ପୂର୍ଣ୍ଣ ସହଯୋଗ କରିବ। ମାତ୍ର ଘଟଣା ବହୁ ଦିନ ତଳର ହୋଇଥିବାରୁ ସେ ସବୁ କିଛି ମନେ ପକାଇ ପାରିବ କି ନାହିଁ ସନ୍ଦେହ ବୋଲି ବି କହିଛି।

ଫ୍‌ତାବ ଶ୍ରଦ୍ଧାଙ୍କ ହତ୍ୟା ସ୍ବୀକାର କରିଥିଲେ ମଧ୍ୟ ଶବକୁ ନଷ୍ଟ କରିବା ମାମଲାରେ ଭିନ୍ନ ଭିନ୍ନ ବୟାନ ଦେବାରେ ଲାଗିଛି। ତେବେ ସବୁ ରହସ୍ୟର ପର୍ଦ୍ଦାଫାସ ପାଇଁ ପୁଲିସ ଅଫ୍‌ତାବର ନାର୍କୋ ଟେଷ୍ଟ୍‌ ପାଇଁ ପ୍ରସ୍ତୁତି ଚଳାଇଛି। ଏହି ଟେଷ୍ଟ୍‌ରେ ଅଫ୍‌ତାବକୁ ୫୧ଟି ପ୍ରଶ୍ନ ପଚରାଯିବ।

ପହରିଦିନ ଅଫ୍‌ତାବକୁ ହୋଇଥିବା ଜେରାରେ ସେ କେତେକ ନୂଆ ତଥ୍ୟ ଦେଇଥିଲା। ସେ କହିଥିଲା ଯେ ଶ୍ରଦ୍ଧାଙ୍କୁ ହତ୍ୟା ପରେ ୨୩ ମେ’ରେ ସେ ପୂରା ଫ୍ଲାଟ୍‌ ସଫା କରିଥିଲା ଏବଂ ଶ୍ରଦ୍ଧାଙ୍କର ସମସ୍ତ ଜିନିଷ ଖୋଜି ଖୋଜି ନଷ୍ଟ କରିଥିଲା। ଶ୍ରଦ୍ଧାଙ୍କ ପ୍ରତି ତା’ ମନରେ ପ୍ରବଳ ଘୃଣା ଆସିଥିବାରୁ ସେ ଏଭଳି କରିଥିଲା।

ସମ୍ବନ୍ଧିତ ଖବର