ଗୋଠପାଟଣାରେ ଚାଞ୍ଚଲ୍ୟ: ପୂର୍ବ ଶତ୍ରୁତାରୁ ପିଅନଙ୍କୁ ପିଟିପିଟି ହତ୍ୟା

ଭୁବନେଶ୍ବର: ଗୋଠପାଟଣା ପାଇକରାପୁର ସ୍କୁଲ ନିକଟରେ ଜଣେ ପିଅନଙ୍କୁ ପିଟିପିଟି ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି। ମୃତକଙ୍କ ନାଁ ବଂଶୀଧର ବେହେରା ବୋଲି ଜଣାଯାଇଛି। ସେ ପାଇକରାପୁର ସ୍କୁଲରେ ପିଅନ୍ ଭାବେ କାମ କରୁଥିଲେ। ତାଙ୍କର ଘର ରେତଙ୍ଗ ପଞ୍ଚାୟତର ବ୍ରହ୍ମକୁଣ୍ଡଳ ଗାଁରେ ବୋଲି ସୂଚନା ମିଳିଛି। ଗତକାଲି କେତେକ ଲୋକ ସେଠାରେ ଭୋଜି କରୁଥିଲେ। ‌ତାପରେ ସେମାନେ ବଂଶୀଧରଙ୍କୁ ପିଟିପିଟି ମାରି ଦେଇଥିବା କୁହାଯାଉଛି।

ଖବର ପାଇ ଘଟଣାସ୍ଥଳରେ ଚନ୍ଦକା ଥାନା ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। ତେ‌ବେ ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାଯାଇଛି।

ସମ୍ବନ୍ଧିତ ଖବର