ପୁଲିସ ସାଜିଲା ଦୁଷ୍କର୍ମକାରୀ : ବିବାହ ପ୍ରତିଶ୍ରୁତି ଦେଇ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

କାନପୁର: ଉତ୍ତରପ୍ରଦେଶରେ ମହିଳାଙ୍କୁ ଯୌନ ନିର୍ଯାତନା କମିବା ନାଁ ଧରୁନାହିଁ। କାନପୁର ସହରରେ ଜଣେ ମହିଳା ଜନୈକ ପୁଲିସ କର୍ମଚାରୀଙ୍କ ଉପରେ ଦୁଷ୍କର୍ମ ଆରୋପ ଲଗାଇଛନ୍ତି । ମହିଳାଙ୍କ ଆରୋପ ଅନୁଯାୟୀ ପୁଲିସ କର୍ମଚାରୀ ଜଣଙ୍କ ବିବାହର ପ୍ରତିଶ୍ରୁତି ଦେବା ସହ ତାଙ୍କ ସହିତ ଦୁଷ୍କର୍ମ କରିଥିଲେ । ମହିଳା ଜଣକ ପୁଲିସ କର୍ମଚାରୀଙ୍କ ବିରୋଧରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତଙ୍କୁ ତାଙ୍କ ଅପରାଧର ଉଚିତ ଦଣ୍ଡ ମିଳିବା ଆବଶ୍ୟକ ବୋଲି କହିଛନ୍ତି ।

NYOOOZ

ସୂଚନା ମୁତାବକ , ବର୍ତ୍ତମାନ କିଛି ଦିନ ହେବ ଦେଶରେ ପୁଲିସଙ୍କର ନକାରାତ୍ମକ ଅବତାର ଦେଖିବାକୁ ମିଳୁଛି। ଜନସାଧାରଣଙ୍କୁ ସୁରକ୍ଷା ଦେବା ବଦଳରେ ତାଙ୍କର ଶୋଷଣ କରୁଛନ୍ତି ସୁରକ୍ଷାକର୍ମୀ । ସେହିପରି ଏକ ଘଟଣା କାନପୁର ଅଞ୍ଚଳରେ ଦେଖିବାକୁ ମିଳିଛି। ଜଣେ ମହିଳା ପୁଲିସ କର୍ମଚାରୀଙ୍କ ବିରୋଧରେ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିବା ଅଭିଯୋଗ ଲଗାଇଛନ୍ତି । ଅଭିଯୋଗ ଲଗାଇବା ସହ ସେ କହିଛନ୍ତି, ଅଭିଯୁକ୍ତ ଜଣଙ୍କୁ ପୁଲିସ ପୋଷାକରେ ନୁହଁ ବରଂ ଜେଲ ମଧ୍ୟରେ ରହିବା ଅବଶ୍ୟକ ।ମହିଳାଙ୍କ ଅଭିଯୋଗ ପରେ ସ୍ଥାନୀୟ ପୁଲିସ ଏସ୍‌ଏସ୍‌ପି ଏହି ଘଟଣା ସମ୍ବନ୍ଧିୟ ଏକ ମାମଲା ରୁଜୁ କରିଥିବା ସହ ପୀଡ଼ିତାଙ୍କର ଡ଼ାକ୍ତରୀ ମଇନା କରାଯିବା ପରେ ଘଟଣାଟିର ତଦନ୍ତ କରାଯିବ ବୋଲି କହିଛନ୍ତି ।
ନିକଟରେ ମଧ୍ୟ କାଠୁଆ ଗଣଦୁଷ୍କର୍ମ ଘଟଣାରେ ଜଣେ ପୁଲିସ କର୍ମଚାରୀଙ୍କ ବର୍ବରତା ଦେଖିବାକୁ ମିଳିଥିଲା । ଜଣେ ପୁଲିସ କର୍ମଚାରୀ ନାବାଳିକାଙ୍କୁ ଶେଷ ମୁହୂର୍ତ୍ତରେ ତାଙ୍କୁ ସାହାଯ୍ୟ କରିବା ଛାଡ଼ି ତାଙ୍କ ସହିତ ଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗ ହୋଇଛି।ଏହି ପରି ଘଟଣା ବାରମ୍ବାର ସାମ୍ନାକୁ ଆସିବା ପରେ ଜନସାଧାରଣ ମଧ୍ୟରେ ସୁରକ୍ଷାକର୍ମୀଙ୍କ ପ୍ରତି ଏକ ଭୁଲ ଧାରଣା ସୃଷ୍ଟି ହେଉଥିବାର ଦେଖାଯାଉଛି ।

ସମ୍ବନ୍ଧିତ ଖବର