ହ୍ବାଟ୍‌ସଆପ୍‌ ଆଣୁଛି ନୂଆ ଫିଚର୍‌: ସନ୍ଦେହଜନକ ବାର୍ତ୍ତା ପ୍ରେରଣକାରୀଙ୍କ ଆକାଉଣ୍ଟ୍‌ ହେବ ବ୍ଲକ୍‌

ମୁମ୍ବାଇ: ବର୍ତ୍ତମାନ ଲୋକପ୍ରିୟ ମେସେଜିଂ ଆପ୍‌ ହ୍ବାଟ୍‌ସଆପ୍‌ ସମସ୍ତଙ୍କର ଜରୁରୀ ଆପ୍ ପାଲଟିଯାଇଛି । ଏହି ଆପ୍ ବିନା ଗୋଟିଏ ଦିନ ବିତାଇବା ବି ବ୍ୟବହାରକାରୀଙ୍କ ପାଇଁ କଷ୍ଟ ହୋଇପଡିଛି। ଏହି ଆପ୍ ଲୋକଙ୍କ ପାଇଁ ବର୍ତ୍ତମାନ ଏକ ବଡ଼ ମାଧ୍ୟମ ପାଲଟିଥିବା ବେଳେ ଏହି ଆପକୁ ନେଇ ଅନେକ ଅପବ୍ୟବହାର ମଧ୍ୟ କରାଯାଉଛି । ହ୍ୱାଟ୍ସଆପକୁ ବ୍ୟବହାର କରି ବିଭିନ୍ନ ପ୍ରକାରରେ ଠକାମୀ ଏବଂ ଦୁର୍ନୀତି ମାମଲା ସାମ୍ନାକୁ ଆସିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଏକ ସୁରକ୍ଷିତ ଫିଚର୍ସ ଲଞ୍ଚ କରିବାକୁ ଯାଉଛି କମ୍ପାନି। ଏହା ଦ୍ୱାରା ସନ୍ଦିଗ୍ଧ ମେସେଜ୍ ପଠାଯାଉଥିବା ଆକାଉଣ୍ଟକୁ ଲକ୍ କରି ମେସେଜ୍ ଯିବାରୁ ରୋକିବ।

ଏହି ଫିଚର୍ ଅନୁସାରେ, ହ୍ୱାଟ୍‌ସଆପ୍‌ କୌଣସି ସନ୍ଦେହଜନକ ବାର୍ତ୍ତା ପାଇବା ମାତ୍ରେ ଏହା ସାମୟିକ ଭାବରେ ସଂପୃକ୍ତ ଉପଭୋକ୍ତା ଆକାଉଣ୍ଟକୁ ଅବରୋଧ କରିପାରିବ ଏବଂ ଏହିପରି କୌଣସି ବାର୍ତ୍ତା ପଠାଇବାରେ ବ୍ୟବହାରୀ ସମର୍ଥ ହେବେ ନାହିଁ । ହ୍ୱାଟ୍ସଆପକୁ ଅପଡେଟ୍ କରିବା ପରେ ଏହି ଫିଚର୍ସ ଆପେ ଆପେ ସାମିଲ ହୋଇଯିବ।

ହ୍ୱାଟ୍‌ଆପ୍‌ର ନୂଆ ଫିଚର୍ସ ଦୁର୍ନୀତି ଓ ଠକାମୀ କରୁଥିବା ଲୋକଙ୍କୁ ପ୍ରଥମେ ଚେତାବନୀ ଦେବ। ଯଦି ବ୍ୟବହାରକାରୀ ଚେତାବନି ନମାନନ୍ତି ତେବେ ସେମାନଙ୍କ ଆକାଉଣ୍ଟ୍‌କୁ ସବୁଦିନ ପାଇଁ ବନ୍ଦ କରିଦିଆଯିବ। ଯଦି କୌଣସି ସନ୍ଦିଗ୍ଧ ଆକାଉଣ୍ଟ ନଜର ଆସେ ତେବେ ଏହି ଫିଚର୍ସ ସେହି ସନ୍ଦିଗ୍ଧ ଆକାଉଣ୍ଟକୁ ତୁରନ୍ତ ବ୍ଲକ୍ କରିଦେବ । ଏହି ଫିଚର୍ସ ଖୁବଶୀଘ୍ର ଲଞ୍ଚ୍‌ ହେବାକୁ ଯାଉଛି।

ସମ୍ବନ୍ଧିତ ଖବର