‘ରାପିଡୋ ଚାଳକ ଗୋଟିଏ ହାତରେ ବାଇକ ଚଲାଉଥିବା ବେଳେ ଅନ୍ୟ ହାତରେ ଅଶାଳୀନ କାମ କରୁଥିଲେ’: ମହିଳା ଯାତ୍ରୀ

ବେଙ୍ଗାଲୁରୁ: କର୍ଣ୍ଣାଟକର ଜଣେ ମହିଳା କର୍ମକର୍ତ୍ତା ରାପିଡୋ ବାଇକ୍ ଟ୍ୟାକ୍ସି ଡ୍ରାଇଭର ଯାତ୍ରା ସମୟରେ ରାସ୍ତାରେ ଅଶାଳୀନ କାମ କରୁଥିବାର ଅଭିଯୋଗ କରିଛନ୍ତି।

ମହିଳା ଟ୍ୱିଟରରେ ପୁରା ଘଟଣା ବିଷୟରେ ଲେଖିଛନ୍ତି। ମହିଳା ଟୁଇଟରରେ ଲେଖିଛନ୍ତ କି, ଟାଉନ ହଲରେ ମଣିପୁର ହିଂସାକୁ ବିରୋଧ କରି ମୁଁ ଘରକୁ ଫେରୁଥିଲେ। ଅଟୋ ରିକ୍ସା ରାଇଡ ବୁକ କରିଥିଲେ ହେଁ ଅନେକ ଥର ତାହା ବାତିଲ ହୋଇ ଯାଇଥିଲା। ତେଣୁ ମୁଁ ରାପିଡୋ ବାଇକ ବୁକ କରିଥିଲି।

ଏହାପରେ ରାପି‌ଡୋ ବାଇକ ଚାଳକ ଅନ୍ୟ ଏକ ବାଇକରେ ଆସି ମୋତେ କହିଥିଲେ ଯେ ରାପିଡୋ ବାଇକ୍ ଆପରେ ପଞ୍ଜୀକୃତ ହୋଇଥିବା ବାଇକ୍ ସର୍ଭିସ ପାଇଁ ଯାଇଛି।  ଏହା ଶୁଣି ମୁଁ ମୋର ବୁକିଂ ନିଶ୍ଚିତ କରି ରାପିଡୋ ବାଇକରେ ବସି ଯାଇଥିଲି।

 

ଯାତ୍ରା ସମୟରେ ବାଇକ ଚାଳକ ମୋତେ ଏକ ନିଛାଟିଆ ସ୍ଥାନକୁ ନେଇଯାଇଥିଲେ। ଯେଉଁଠାରେ ଅନ୍ୟ କୌଣସି ଗାଡି ଦୃଶ୍ୟମାନ ହେଉ ନଥିଲା। ବାଇକ ଚାଳକ ଗୋଟିଏ ହାତରେ ବାଇକ ଧରିଥିବା ବେଳେ ଅନ୍ୟ ହାତରେ ଅଶାଳୀନ କାମ କରୁଥିଲେ।

ଏସବୁ ‌ଦେଖି ବି ମୁଁ ମୋର ସୁରକ୍ଷା ପାଇଁ ଭୟରେ ମୁଁ ଚୁପ୍ ରହିଥିଲି। ଏହାପରେ ମୁଁ ମୋର ଘରର ଠିକଣାର ୨୦୦କିମି ପୂର୍ବରୁ ତାଙ୍କୁ ଛାଡ଼ିବାକୁ କହିଥିଲି। ଏହାପରେ ପୁଲିସରେ ଅଭି‌ଯୋଗ କରିଥିଲି। ପୁଲିସ ଉକ୍ତ ରାପିଡୋ ଚାଳକଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।’

 

ସମ୍ବନ୍ଧିତ ଖବର