ଝାରସୁଗୁଡ଼ାରେ ପାରା ୪୨.୬ ଡିଗ୍ରି, ୧୭ ଦିନ ପରେ ୪୦ ଡିଗ୍ରିରୁ ତଳକୁ ଖସିଲା ରାଜଧାନୀର ତାପମାତ୍ରା

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ଥିବା ବେଳେ ପାଗରେ ପରିବର୍ତ୍ତନ ହେତୁ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। କିନ୍ତୁ ପଶ୍ଚିମ ଓଡ଼ିଶାରେ ତାତିରୁ ତ୍ରାହି ମିଳିପାରି ନାହିଁ। ଝାରସୁଗୁଡ଼ାରେ ଆଜି ଦିନ ୨ଟା ୩୦ରେ ସର୍ବାଧିକ ତାପମାତ୍ରା ୩୨.୬ ଡିଗ୍ରି ରେକର୍ଡ ହୋଇଛି।

ରାଜଧାନୀ ଭୁବନେଶ୍ବରର ତାପମାତ୍ରା ହ୍ରାସ ପାଇଛି। ୧୭ ଦିନ ପରେ ୪୦ ଡ଼ିଗ୍ରି ତଳକୁ ଖସିଛି ରାଜଧାନୀ ତାତି। ୧୯୬୯ ମସିହା ଠାରୁ ଆଜି ମଧ୍ୟରେ ଏପ୍ରିଲ ମାସରେ ପ୍ରଥମ ଥର ପାଇଁ ଲଗାତାର ୧୬ ଦିନ ଧରି ୪୦ ଡିଗ୍ରି କିମ୍ବା ଅଧିକ ତାପମାତ୍ରା ରେକର୍ଡ ହୋଇଛି। ଆଜି ଦୀର୍ଘ ୧୭ଦିନର ଅବଧି ପରେ ଏପ୍ରିଲ ୧୫ରୁ ମେ’ ୧ ତାରିଖ ପରେ ରାଜ୍ୟରେ ୪୦ ଡିଗ୍ରି ତଳକୁ ଖସିଛି ରାଜଧାନୀ ତାପମାତ୍ରା। ଆଜି ୧୮ତମ ଦିନରେ ୩୯ ଡିଗ୍ରି ରେକର୍ଡ କରାଯାଇଛି ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି।

 

ସମ୍ବନ୍ଧିତ ଖବର