ମହିଳାଙ୍କୁ ଅସଦାଚରଣ, ଯୁବକ କୋର୍ଟଚାଲାଣ

ରାସୋଳ: ରାସୋଳ ଥାନା ବାବନ୍ଧ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟିଛି। ଏଥିସହ ଜଣେ ମହିଳାଙ୍କୁ ଅସଦାଚରଣ କରି ଜଣେ ଯୁବକ କୋର୍ଟଚାଲାଣ ହୋଇଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ବାବନ୍ଧ ଗ୍ରାମର ବଟ ନାଏକଙ୍କର ଏକ ପରିବାର ସହ ଜମିକୁ ନେଇ ଗଣ୍ଡଗୋଳ ଲାଗି ରହିଥିଲା। ଗତ ୨୪ ତାରିଖରେ ଉକ୍ତ ପରିବାରର ଜଣେ ମହିଳା ରାତିରେ ଏକୁଟିଆ ଶୋଇଥିବା ବେଳେ ବଟ ତାଙ୍କ ଘରେ ପଶି ଅସଦାଚରଣ ପାଇଁ ଉଦ୍ୟମ କରିଥିଲା। ମହିଳା ଜଣକ ପାଟି କରି ଡାକିବାରୁ ତାଙ୍କ ଶ୍ୱଶୁର, ଦେଢ଼ଶୁର ଉଠି ପଡ଼ିଥିଲେ। ଏହା ଦେଖି ବଟ କୌଶଳକ୍ରମେ ସେଠାରୁ ପଳାଇଥିଲା। ପରଦିନ ଗ୍ରାମ ସଭା ବସି ଏହି ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ତାହା ବିଫଳ ହୋଇଥିଲା। ଏହାକୁ ନେଇ ମହିଳା ଜଣକ ମଙ୍ଗଳବାର ଦିନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଯୁବକ ବଟକୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର