ବେଦରୁ ଚୋରି ହୋଇଥିବା କେତେକ ଉଲ୍ଲେଖଯୋଗ୍ୟ ବୈଜ୍ଞାନିକ ଆବିଷ୍କାର

ପ୍ରାଚୀନ ଭାରତରେ ଋଷିମାନେ ମନ୍ତ୍ରର କ୍ଷମତା, ଆୟୁର୍ବେଦୀୟ ଚିକିତ୍ସା ଆଦି ଆବିଷ୍କାର କରିବା ସହ ଭବିଷ୍ୟତର ମାନବ କଲ୍ୟାଣରେ ଲାଗିବା ନିମନ୍ତେ କେତେକ ଉଦ୍ଭାବନ କରିଥିଲେ। ଆଧୁନିକ ପରୀକ୍ଷାଗାର ଗଢ଼ା ଯିବାର ଶହ ଶହ ବର୍ଷ ଆଗରୁ ବିଜ୍ଞାନ ଏବଂ ଗବେଷଣା କ୍ଷେତ୍ରକୁ ଭାରତ ଅବଦାନ ଥିଲା ଅନେକ।

ପ୍ରାଚୀନ ଭାରତୀୟ ଗ୍ରନ୍ଥରେ ଉଲ୍ଲେଖ ଥିବା ଅନେକ ଉଦ୍ଭାବନ ଏବଂ ଆବିଷ୍କାର ବିଶ୍ୱର ଅନେକ ବୈଜ୍ଞାନିକଙ୍କୁ ଯୁଗାନ୍ତକାରୀ ଉଦ୍ଭାବନ କରିବାକୁ ବାଟ କଢ଼ାଇ ନେଇଛି। ସ୍ଥାପତ୍ୟ, ଜ୍ୟୋତିର୍ବିଜ୍ଞାନ, ଧାତୁବିଜ୍ଞାନ, ତର୍କ, ଗଣିତ, ପାଣିପାଗ ଓ ଖଣି ଆଦି ଅନେକ କ୍ଷେତ୍ରରେ ଥିଲା ପ୍ରାଚୀନ ଭାରତୀୟମାନଙ୍କର ପ୍ରବେଶ। ବେଦରେ ଏ ସବୁ ଉଲ୍ଲେଖ ରହିଛି।

ସପ୍ତଦଶ ଶତାବ୍ଦୀର ଆଦ୍ୟ ଭାଗରେ ଚୀନ୍‌ ଓ ଗ୍ରୀକ୍‌ ସମେତ ଅନ୍ୟ କେତକ ପର୍ଯ୍ୟଟକ ଭାରତରୁ ବେଦ ଓ ଆୟୁର୍ବେଦ ଶିକ୍ଷା କରି ଜନହିତ ପାଇଁ ସାରା ବିଶ୍ୱରେ ତା’ର ପ୍ରସାର କରାଇଥିଲେ। ମାତ୍ର ଊନବିଂଶ ଶତାବ୍ଦୀରେ ଭାରତକୁ ଉପନିବେଶ କରାଯିବା ପରେ ପାଶ୍ଚାତ୍ୟ ଦେଶର ଲୋକେ ବେଦର ତାତ୍ପର୍ଯ୍ୟ ବୁଝିଥିଲେ। ଏହାର ଗୂଢ଼ ରହସ୍ୟ ବୁଝି ନ ପାରିଲେ ମଧ୍ୟ ସେମାନେ ସେମାନଙ୍କ ଭାଷାରେ ବେଦକୁ ଅନୁବାଦ କରିଥିଲେ।

ପରମାଣୁ: ଜନ୍‌ ଡାଲ୍‌ଟନ୍‌ ଜନ୍ମ ନେବାର ଶହ ଶହ ବର୍ଷ ପୂର୍ବରୁ ମହର୍ଷି କଣାଦ ଦ୍ୱିତୀୟ ଶତାବ୍ଦୀରେ ପରମାଣୁ କଥା ଉଲ୍ଲେଖ କରିଥିଲେ। ପରମାଣୁ ତତ୍ତ୍ୱ ତାଙ୍କର ‘ଦର୍ଶନ-ଗ୍ରନ୍ଥ’ ପୁସ୍ତକରେ ବର୍ଣ୍ଣିତ ହୋଇଛି।

ପ୍ଲାଷ୍ଟିକ୍‌ ସର୍ଜରି: ସର୍ବ ପ୍ରଥମ ପ୍ଲାଷ୍ଟିକ୍‌ ସର୍ଜରି ମହର୍ଷି ଶୁଶ୍ରୂତ କରିଥିବା କଥା ବିଶ୍ୱାସ କରାଯାଏ। ତାଙ୍କ ଅସ୍ତ୍ରୋପଚାର ତତ୍ତ୍ୱ ‘ଶୁଶ୍ରୂତ ସଂହିତା’ ଗ୍ରନ୍ଥରେ ବର୍ଣ୍ଣିତ।
ଶୂନ୍ୟ (୦): ଭାତରୀୟ ଜ୍ୟୋତିର୍ବିତ୍‌ ତଥା ଗାଣିତିକ ଆର୍ଯ୍ୟଭଟ ଥିଲେ ଶୂନ୍ୟର ଆବିଷ୍କାରକ ଓ ପ୍ରଣେତା।

ସୂର୍ଯ୍ୟ ପରାଗ ଓ ଚନ୍ଦ୍ରଗହଣ ରହସ୍ୟ: ପ୍ରାଚୀନ ଭାରତର ଯଜ୍ଞବଲକ୍ୟ ସୂର୍ଯ୍ୟ ଓ ଚନ୍ଦ୍ରର ଗତିକୁ ଅନୁଧ୍ୟାନ କରି ଆଗାମୀ ୯୫ ବର୍ଷ ପାଇଁ ସେମାନଙ୍କର ଚଳାଚଳ ଓ ଅବସ୍ଥିତି ଧାର୍ଯ୍ୟ କରିଥିଲେ। ରୁଗ୍‌ ବେଦରେ ଚନ୍ଦ୍ର ଗ୍ରହଣ ଓ ସୂର୍ଯ୍ୟ ପରାଗ କଥା ଉଲ୍ଲେଖ କରାଯାଇଛି।

ସୌରମଣ୍ଡଳର ସତ୍ତା: ରୁଗ୍‌ବେଦରେ ମଧ୍ୟ ଉଲ୍ଲେଖ ରହିଛି, ସୂର୍ଯ୍ୟ କିପରି ସୌରଜଗତ୍‌ର କେନ୍ଦ୍ର ଏବଂ ନବଗ୍ରହ କିପରି ଏତେ ଦ୍ରୁତ ବେଗରେ ପରସ୍ପର ସହ ଧକ୍କା ନ ଖାଇ ତା’ର ଚାରିପଟେ ଘୂରି ବୁଲୁଛନ୍ତି।

ମାଧ୍ୟାକର୍ଷଣ ତତ୍ତ୍ୱ: ପ୍ରଥମେ ମାଧ୍ୟାକର୍ଷଣ ତତ୍ତ୍ୱ ସମ୍ବନ୍ଧରେ ମତ ଦେଇଥିଲେ ବ୍ରହ୍ମଗୁପ୍ତ। ପରେ ତାହା ଗ୍ରିକ୍‌ ଦାର୍ଶନିକ ଆରିଷ୍ଟୋଟଲ୍‌ ଏହାକୁ ସବିସ୍ତାରେ ବ୍ୟାଖ୍ୟା କରିଥିଲେ।

ସମ୍ବନ୍ଧିତ ଖବର