‘ଭଲ କବିତାର ଖୋଜ୍‌’ର ୭୪ତମ ଆସର

ବାଲେଶ୍ବର: ‘ଭଲ କବିତାର ଖୋଜ୍’ର ୭୪ତମ ଆସର ଶନିବାର ସ୍ଥାନୀୟ ବିବେକାନନ୍ଦ ମାର୍ଗ ସ୍ଥିତ ଶାନ୍ତି ଗେଷ୍ଟ ହାଉସରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି କବି ତଥା ଔପନ୍ୟାସିକ ଭାବେ ବିରଜା ବଳ ଯୋଗ ଦେଇ କବିତାର ଯୁଗୋପଯୋଗିତା ଓ କାଳଜୟୀତାକୁ ନେଇ ନିଜର ଅଭିବ୍ୟକ୍ତି ପ୍ରକାଶ କରିଥିଲେ। ଅନ୍ୟତମ ଆବାହକ କବି କୃଷ୍ଣ କୁମାର ମହାନ୍ତି ପ୍ରାରମ୍ଭିକ ବକ୍ତବ୍ୟ ରଖିବା ସହିତ ଆସରର ଉଦ୍ଦେଶ୍ୟ ସମ୍ପର୍କରେ ବୁଝାଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଗାଳ୍ପିକ ତଥା କବି ଗଙ୍ଗାଧର ବିଶ୍ବାଳ, ‘ସେଇଠୁ ଆରମ୍ଭ’ର ସମ୍ପାଦକ ଶୁଭେନ୍ଦୁ ଦାସ, ‘ସମୟ’ର ବରିଷ୍ଠ ସାମ୍ବାଦିକ ରଞ୍ଜନ ବାଗ, କବି ସୀତାଂଶୁ ଲେଙ୍କା, ଆଇନଜୀବୀ ଉତ୍ପଳ ମହାନ୍ତି, କବି ବିରଜା ବଳଙ୍କ ପତ୍ନୀ ସଂଯୁକ୍ତା ଦାସ ଓ ଝିଅ ଆସ୍ପୃହା ବଳ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେବା ସହିତ ନିଜ କବିତା ଆବୃତ୍ତି କରିଥିଲେ। ଶେଷରେ ଆବାହକ କବି ଉତ୍ପଳ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର